ପୁରୁଷୋତ୍ତମପୁର,୧୬/୨,
ଦେଶ ସ୍ବାଧୀନ ହେବାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ତଥାପି ଗାଁ କୁ ଖଣ୍ଡେ ପକ୍କା ରାସ୍ତା ନାହିଁ। ଗାଁ କୁ ଗାଁ ଓ ଗାଁ କୁ ପଞ୍ଚାୟତ ସଂଯୋଗୀକରଣ ପାଇଁ ରାଜ୍ୟ ଓ କେନ୍ଦ୍ରସରକାର ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ବାସ୍ତବରେ ବାସୁଦେବପୁର ଗାଁ କ୍ଷେତ୍ରରେ ଏହି ଯୋଜନା ପାଲଟିଛି ସାତସପନ ।ଏହା କୋୖଣସି ଦୁର୍ଗମ ବା ଉପାନ୍ତ ଅଞ୍ଚଳର ଘଟଣା ନୁହଁ , ଏହା ହେଉଛି ଗଞ୍ଜାମ ଜିଲ୍ଲା ରେ ଏହିଭଳି ଏକ ଗାଁ ରହିଛି, ଯେଉଁ ଗାଁ କୁ ଆଦୈ। ରାସ୍ତା ନାହିଁ ।ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମ ପଞ୍ଚାୟତ ର ବାସୁଦେବପୁର ଗ୍ରାମ। । ଏହି ଗ୍ରାମରେ ୩୫ ଟି ପରିବାର କେଉଁ ପୂର୍ବ ପୁରୁଷରୁ ବସବାସ କରୁଛନ୍ତି।ଏହି ଗ୍ରାମର ଜନସାଧାରଣ ପେନସନ ଓ ରେସନ ସାମଗ୍ରି ନେବା ପାଇଁ ୬କି ମି ଆସି ପଞ୍ଚାୟତ କାର୍ଯ୍ୟାଳୟ ରୁ ନେବାକୁ ପଡ଼ିଥାଏ। ଏହି ରାସ୍ତା ର ୩କିମି ରାସ୍ତା ଅତି କଦର୍ଯ୍ୟ , ଯାହା କି ଚାଲିଯିବା ଅତି କଷ୍ଟକର। ରାସ୍ତା ର ୩କିମି ରାସ୍ତା ମଧ୍ୟ ରୁ ଏକ କିମି ରାସ୍ତା ହୋଇଛି ଦଣ୍ଡା ରାସ୍ତା। ରାସ୍ତା ସାରା ଖାଲଖଣା,ବଡ଼ ବଡ଼ ପଥର ରାସ୍ତା ମଝିରେ ରହିଛି।ଯେଉଁ ରାସ୍ତା ଦେଇ ହଳ ଶଗଡ଼ ଯାତାୟାତ କରିଥାଏ। ଏହି ଗ୍ରାମର କୋୖଣସି ଜନସାଧାରଣ ଙ୍କ ର ବର୍ଷା ଦିନରେ ସ୍ବାସ୍ଥ୍ୟ ଖରାପ ହେଲେ ଗାଁ କୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଯାହା ଫଳରେ ଦୋଳା ସାହାଯ୍ୟ ରେ ଦଣ୍ଡା ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ଫଳରେ ଡ଼ାକ୍ତରଖାନାରେ ଠିକ୍ ସମୟରେ ପହଞ୍ଚି ନପାରି ପ୍ରାଣବାୟୁ ଚାଲିଯାଇଥାଏ । ରାତ୍ର ସମୟରେ ଗାଁ କୁ ଫେରୁଥିବା ବେଳେ କୋୖଣସି କାରଣରୁ ଗତ ବର୍ଷ କେଦାର କରଣ ନାମକ ଜନୈକ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିଲା। ଗ୍ରାମରେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରହିଛି, ଜଣେ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ମିଳିଛି। ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ସାହୁ କାନ୍ଦି କାନ୍ଦି କହିଛନ୍ତି, ଖରାଦିନେ ଗାଡ଼ି ପମ୍ପୁଚାରି ହୋଇଥାଏ, ବର୍ଷା ଦିନରେ ଗାଡ଼ି କୁ ରାସ୍ତାରେ ହିଁ ଛାଡି ଆସିବାକୁ ପଡ଼ିଥାଏ। ବେଳେ ବେଳେ ଗ୍ରାମବାସୀ ଗାଡ଼ିକୁ ଟେକିକରି ଆଣିଥାନ୍ତି। ଯାତାୟାତ ସମୟରେ ଭୟଙ୍କର ସାପ ମଧ୍ୟ ରାସ୍ତାରେ ଯାଉଥାଏ। ବର୍ତମାନ ଅନେକ ପରିବାର ଗାଁ ଛାଡି ସାରିଲେଣି । ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠି ଙ୍କୁ ପଚାରିବାରୁ ପଞ୍ଚାୟତ ର ବିଭିନ୍ନ ଯୋଜନା ରୁ ସେହି ରାସ୍ତା କାର୍ଯ୍ୟ କରାଯିବ ବୋଲି କହିଛନ୍ତିି । ରାସ୍ତା ର ହେବ କେମିତି?।ରାସ୍ତା ଟି ର ଯେଉଁ ସ୍ଥାନରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ରହିଛି ସେହି ସ୍ଥାନରେ କାର୍ଯ୍ୟ କରାଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମର ବିଭିନ୍ନ ସମାସ୍ୟା ନେଇ ଗତ୧୮.୦୬.୨୦୧୯ ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ସାକ୍ଷାତ କରିଦିଆଯାଇଥିଲା । ଦୀର୍ଘ ଦିନ ହେଲା ପ୍ରଶାସନ କୁ ଅବଗତକରାଯାଇଥିଲେ ମଧ୍ୟ କୋୖଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି।ସେମାନଙ୍କ ମୁହଁରୁବାସୁଦେବପୁର ଗ୍ରାମ ର ବରିଷ୍ଠ ନାଗରିକ ଝଡିଆ ଗନ୍ତାୟତ କହିଛନ୍ତି ” ଗାଁ କୁ ରାସ୍ତା ନଥିବା ଯୋଗୁଁ ବର୍ତମାନ ଏହି ଗାଁ ର ପୁଅ ଝିଅ ଙ୍କ ର ବାହାଘର ହୋଇପାରୁନାହିଁ, କିଛି ପରିବାର ଗାଁ ଛାଡି ସାରିଲେଣି’।
ସେହିପରି ଚାଷୀ -ରବି କରଣ କହିଛନ୍ତି,ମୋର ବଡ଼ ଭାଇ କେଦାର କରଣ ଙ୍କ ର ଗତ ବର୍ଷ ରାତ୍ର ସମୟରେ ଘରକୁ ଫେରୁଥିବା ବେଳେ କୋୖଣସି କାରଣରୁ ତାଙ୍କ ର ରାସ୍ତାରେ ମୃତ୍ୟୁ ହୋଇଥିଲା । “ଯଦି ଆମ ଗାଁ କୁ ପକ୍କା ରାସ୍ତା ଥାଆନ୍ତି ତାହା ହେଲେ ମୋ ଭାଇର ମୃତ୍ୟୁ ହୋଇନଥାନ୍ତା ।’ସେହିପରି ଗୋବିନ୍ଦ ସାମନ୍ତରାୟ କହିଛନ୍ତି, ଯେଉଁଠି ରାସ୍ତା ର ଆବଶ୍ୟକତା ରହିଛି ସେହି ସ୍ଥାନରେ କାର୍ଯ୍ୟ କରାଯାଉନାହିଁ ,ଆମ ଭାଗ୍ୟ ରେ କେବେ ପକ୍କା ରାସ୍ତା ମିଳୁଛି ତାହା ଦେଖିବାକୁ ବାକି ରହିଲା ।ଗାଁରେ ଏକ ସୋଲାର ପାନୀୟ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ ହୋଇଥିଲେ ମଧ୍ୟ ଦୀର୍ଘ ୧୫ଦିନ ହେଲା ତାହା ଅଚଳ ହୋଇପଡିଛି, ପୋଖରୀ ଜଳରେ ସମସ୍ତ ନିତ୍ୟ ବ୍ୟବହାର କାର୍ଯ୍ୟ କରୁଛନ୍ତି।ଏହା ନେଇ ବିଭାଗୀୟ ଯନ୍ତ୍ରୀ ନର୍ମଦା ପାତ୍ର ଙ୍କୁ ଅବଗତ କରାଯାଇଛି, ଶିଘ୍ର ଏହି ପ୍ରକଳ୍ପ କୁ ମରାମତି ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।
ଏହି ଗାଁ କୁ କେବେ ପକ୍କା ରାସ୍ତା ନିର୍ମାଣ ହେବ’ ‘ନା ‘ଏଠାରେ ବସବାସ କରୁଥିବା ପରିବାର ଗାଁ ଛାଡିବେ ତାହା ଆଗାମୀ ଦିନରେ ଜଣାପଡ଼ିବ’ ।#
