ଧରାକୋଟ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦେଶ୍ୟ ରେ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ମାନ ଯେପରିକି ବସୁଧା, ହରଘର ନଳ, ସୁଜଳ ଓ ଜଳ ଜୀବନ ମିଶନ ଆଣିଥିଲେ ସୁଦ୍ଧା, ଏହି ଯୋଜନା ମାନ ଲୋକଙ୍କ ପାଖରୁ ଯୋଜନ ଦୂରରେ ରହିଛି | ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାବା ପଞ୍ଚାୟତ କାଞ୍ଜିଆମ୍ବ ଗାଁ ରେ ଦେଖିବାକୁ ମିଳିଛି ପିଇବା ପାଣିର ସଙ୍କଟ l।

ଗାଁ ରେ ପାନୀୟ ଜଳର ସୁବିଧା ନଥିବାରୁ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମ ବାସି, ପିଇବା ପାଣି ପାଇଁ ପାହାଡ ଚଢ଼ୁଛନ୍ତି ଆଦିବାସୀ l ତଥାପି ଝରଣା ପାଣି ମେଣ୍ଟାଇ ପାରୁନି ଶୋଷ l ବହୁ ସମୟରେ ଝରଣାର ଦୂଷିତ ପାଣି ପିଇ ବିଭିନ୍ନ ସଂକ୍ରମିତ ରୋଗରେ ପଡ଼ୁଛନ୍ତି ଲୋକେ

l ତେବେ ଏହି ଗାଁ ରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ଅଧିକାରୀ ଙ୍କ ତ ଦୂରର କଥା ଏମିତି କି ସ୍ଥାନୀୟ ୱାର୍ଡ ମେମ୍ବର କିମ୍ବା ସରପଞ୍ଚ ଙ୍କ ମଧ୍ୟ ପାଦ ନପଡ଼ିଥିବା କହୁଛନ୍ତି କାଞ୍ଜିଆମ୍ବ ବାସି | ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୭ ସୁଦ୍ଧା ସବୁ ଗାଁ କୁ ପାଇପ ଜଳ ଯୋଗାଣ ପାଇଁ ନିର୍ଦେଶ ଦେଇଥିବା ବେଳେ କେବେ କାଞ୍ଜିଆମ୍ବ ଗାଁ କୁ ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗ ର ନଜର ପଡିବ ଆଉ ଗାଁ ର ଦୀର୍ଘ ଦିନର ସମସ୍ୟା ଦୂରାହେବ ଦେଖିବାକୁ ବାକି ରହିଲା |


