You are currently viewing ମା ଭଗବତୀ ଜୈବିକ ପ୍ରଡ୍ୟୁଷର କମ୍ପାନୀରବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।କୋଦଳା
ମା ଭଗବତୀ ଜୈବିକ ପ୍ରଡ୍ୟୁଷର କମ୍ପାନୀରବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।କୋଦଳା

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଠାରେ ମା ଭଗବତୀ ଜୈବିକ ପ୍ରଡ୍ୟୁଷର କମ୍ପାନୀର ଏକ ଶାଖା କାର୍ଯ୍ୟାଳୟ ରହିଛି । ଏହି ଶାଖା ପକ୍ଷରୁ ଷଣ୍ଢମୂଳ ସ୍ଥିତ ଶ୍ରୀ ଶ୍ରୀ ତୁମ୍ଭେଶ୍ୱର ମନ୍ଦିର ପରିସରରେ ବାର୍ଷିକ ସାଧାରଣ ସଭା ସହିତ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହିସଭାରେ କାଜୁ ସଂଗ୍ରହ ବେଳେ ଶ୍ରମିକ ମାନଙ୍କୁ ସୁରକ୍ଷା କିଟ ପ୍ରଦାନ ପାଇଁ ଦାବି କରିଥିଲେ । କାଜୁ ସଂଗ୍ରହ ପୂର୍ବରୁ ପ୍ରଦାନ ପାଇଁ କମ୍ପାନୀ ଅଧିକାରୀ ପ୍ରତିଶୃତି ଦେଇଥିଲେ । ପ୍ରାକୃତିକ ଜୈବ ଖାଦ୍ୟର ପ୍ରତିନିଧି ପବିତ୍ର ମୋହନ ନାଥ, ଅଙ୍ଗାରଗାଁ ଶାଖା ର ସଭାପତି ନାରାୟଣ ସୁମନ୍ତରାୟ, ସମ୍ପାଦକ ଦେବହରି ସେଠି, କ୍ଷେତ୍ର ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି, ପ୍ରଶାନ୍ତ କୁମାର ସେଠି, ମା କାଜୁ ଇଣ୍ଡଷ୍ଟ୍ରିର ପ୍ରୋପାଇଟର ପ୍ରଦୀପ କୁମାର ପାତ୍ର ଯୋଗଦେଇ ଜୈବିକ ସାର ବ୍ୟବହାରର ଉପକାରିତା ଉପରେ ଆଲୋଚନା କରିଥିଲେ । ଚାଷୀ ମାନଙ୍କ ଅନୁରୋଧ କ୍ରମେ ହାତୀ ଘଉଡ଼ାଇବା ପାଇଁ ଏକ ୱାଚ ଟାୱାର କମ୍ପାନୀ ତରଫରୁ ନିର୍ମାଣ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅଭିମନ୍ୟୁ ଭୂୟାଁ, ନାରାୟଣ ପ୍ରଧାନ, ଜୟସେନ ସ୍ୱାଇଁ, ଚକ୍ରପାଣି ସ୍ୱାଇଁ, ସତ୍ୟବାନ ଜେନା ଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଚାଷୀ ଉପସ୍ଥିତ ଥିଲେ ।