ଖଲ୍ଲିକୋଟ :14/12 ଖଲ୍ଲିକୋଟ ସ୍ଥିତ ମାର୍ଦରାଜ କଲ୍ୟାଣ ମଣ୍ଡପ ପରିସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଙ୍କ ଅଧକ୍ଷତା ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ତହସିଲଦାର ଶ୍ରୀକୁମାର ରଥ, ଖଲ୍ଲିକୋଟ ଏନ ଏ ସି ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ଡ଼ି ଏସ ଏସ ଓ କଲ୍ୟାଣୀ ଦାଶ,ଏସ ଏସ ଏସ ଓ ପି. ପଦ୍ମା,ବି ଏସ ଏସ ଓ କେ ନାଗେଶ ଓ ପି ଏ ନିବେଦିତା ପଟ୍ଟନାୟଜ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱ ଠିକ ଭାବେ ପାଳିତ କରାଗଲେ ସେମାନେ ଆତ୍ମନିର୍ଭରଶୀଳ ହେବା ସମାଜ ରେ ପ୍ରତିଷ୍ଠା ଲାଭ କରିବେ ବୋଲି ସୂଚନା ଦେଇଥିଲେ |ଉକ୍ତ ଶିବିର ରେ ବିଭିନ୍ନ ବର୍ଗ ର ଭିନ୍ନକ୍ଷମ ମାନଙ୍କୁ ଅଭିଜ୍ଞ ଡାକ୍ତର ଙ୍କ ଦ୍ୱାରା ପରୀକ୍ଷା କରାଯାଇ 202 ଜଣ ଭିନ୍ନକ୍ଷମ ଙ୍କ ନାମ ପଞ୍ଜିକରଣ କରାଯାଇଥିଲା |

ତେବେ ଆବଶ୍ୟକ ପ୍ରଚାର ପ୍ରସାର ଅଭାବ ରୁ ବହୁ ଭିନ୍ନକ୍ଷମ ମାନେ ଶିବିର ସମ୍ପର୍କ ରେ ସୂଚନା ନ ପାଇଁ ଉକ୍ତ ଶିବିର ରେ ପହଂଚିବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଥିଲା |ଉକ୍ତ ଶିବିର ରେ କେତକ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇ କେଲ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ବଣ୍ଟନ କରିବା ସହ ବସ ପାସ ଟ୍ରେନ ପାସ ବିକଳାଙ୍ଗ ଭତ୍ତା ଓ ରାସନ କାର୍ଡ ପାଇଁ ଚିନ୍ନତ କରାଯାଇଥିଲା |
( ରିପୋର୍ଟ ; ମାଧବ ବେହେରା, ଖଲ୍ଲିକୋଟ )
