ପୁରୁଷୋତ୍ତମପୁର ବ୍ଲକ ସୁନାଥର ବାପୁଜୀ ହାଇସ୍କୁଲ ରେ ଥିବା ପ୍ରଧାନ ଶିକ୍ଷକ ବନ୍ତିମ କୁମାର ବେହେରା, ଙ୍କ ସ୍କୁଲ ରେ ମନମୁଖୀ କାର୍ଯ୍ୟ, ଏବଂ କୌଣସି କାର୍ଯ୍ୟ ରେ ସ୍କୁଲ ର ପରିଚାଳନା କମିଟି ର କର୍ମକର୍ତ୍ତା କିମ୍ବା ସରପଞ୍ଚ, ସମିତି ସଭ୍ୟ ଙ୍କୁ ସହଯୋଗ କରୁନଥିବା ବେଳେ ନିଜେ, ନିଜେ ସବୁ କାର୍ଯ୍ୟ କରି ଚାଲିଛନ୍ତି | ଏପରିକି ସ୍କୁଲ ର ରୂପାନ୍ତି କରଣ କାର୍ଯ୍ୟକ୍ରମ ରେ ମଧ୍ୟ ସେ କୌଣସି ସଦସ୍ୟ ଙ୍କୁ ଖବର ନଦେଇ ଶେଷ ମୁହୂର୍ତ୍ତ ରେ ଖବର ଦେଇ ଥିଲେ |

ଏହାଉପରେ ଗ୍ରାମର ମହିଳା ଗ୍ରୁପ ଓ ଗ୍ରାମବାସୀ ମାନେ କ୍ଷୁବ୍ଧ ଥିବାର ଦେଖା ଯାଇଛି | ସ୍କୁଲର କୌଣସି ଖର୍ଚ୍ଚ ର ହିସାବ ମଧ୍ୟ ପ୍ରଧାନ ଶିକ୍ଷକ ବେହେରା କିଏବି ପଚାରିଲେ ସନ୍ତୋଷ ଜନକ ଉତ୍ତର ନ ଦେଇ ବରଂ ଯିଏ ପଚାରିବ ତାଉପରେ ରାଗରେ ଗର ଗର ହୋଇ ଥାନ୍ତି, କିମ୍ବା ତାଙ୍କୁ କିଛି ଅସୁବିଧାରେ ପକେଇ ବାକୁ ଚେଷ୍ଟା କରିଥାନ୍ତି |

ସ୍କୁଲ ପାଇଁ ରାଜ୍ୟ ସରକାର ପିଲାଙ୍କ ଓ ସ୍କୁଲ ର ଉର୍ନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସେହି ଟଙ୍କା ର ଅପବ୍ୟବହାର କରିବା , କ୍ଲାସ ରେ ପିଲାମାନ ଙ୍କୁ ପାଠ ନ ପଢେଇବା, ଆନନ୍ଦ ମୟ ଶିକ୍ଷା ରେ ପିଲାଙ୍କୁ ମାଡ଼ ମାରିବା, ଅଭିଵାବକ ମାନେ ପଚାରିଲେ ତାଙ୍କୁ ନାଲି ଆକ୍ଷି ଦେଖେଇବା ଇତ୍ୟାଦି କାର୍ଯ୍ୟ ରେ ଅସନ୍ତୁଷ୍ଟ ହୋଇ ସେମାନେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ, ଏବଂ ଛତ୍ରପୁର ଉପଜିଲ୍ଲାପାଳ ଏବଂ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା ଙ୍କୁ ମଧ୍ୟ ଗତ 4/11/23 ରେ ଜଣାଇ ଏହାର ସମାଧାନ15 ଦିନମଧ୍ୟରେ ହେବାକୁ ଚାହିଁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର କିଛି ସୁଫଳ ହୋଇ

ପାରିନଥିବାରୁ ଗ୍ରାମବାସୀ, ମହିଳା ମାନେ ଆଜି ସମସ୍ତେ ସ୍କୁଲ ମଧ୍ୱରେ ପ୍ରବେଶ କରି ପ୍ରଧାନ ଶିକ୍ଷକ ବନ୍ତିମ ବେହେରା ଙ୍କୁ ବିଭିର୍ଣ୍ଣ ବିଷୟରେ ପଚାରି ବାରୁ ସେ ମହିଳା ମାନଙ୍କୁ ଓ ଲୋକ ମାନଙ୍କୁ ଠିକ କଥା ନକହି ରାଗି ଯାଇ ଥିଲେ, ଯାହା ଫଳରେ ଉପସ୍ଥିତ ଲୋକ ମାନେ ପ୍ରଧାନ ଶିକ୍ଷକ ଙ୍କୁ ରୁମରେ ତାଲା ପକେଇ ଦେଇଥିଲେ | ଏହି ଘଟଣା ପରେ ଆମେବିଡ଼ିଓ ମନୋଜ କୁମାର ନାୟକ ଙ୍କୁ କହିବାରୁ ସେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ କହିଥିଲେ |

କିନ୍ତୁ ବିଇଓ ସ୍କୁଲ ରେନ ପହଞ୍ଚିବାରୁ ଆମେ ବିଇଓ ଙ୍କୁ ଏହି ବିଷୟ ରେ ପଚାରିବାରୁ ସେ ମୁ ଯାଇ କଣ କରିବି ତାହା ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଅଧୀନରେ ଅଛି କହି ଥିଲେ | ଜିଲ୍ଲା ଶିକ୍ଷା ଅଧିକାରୀ ମେଡମ ଙ୍କୁ ଏହି ବିଷୟରେ ପଚାରି ବାରୁ ତାଙ୍କର ଉତ୍ତର ଥିଲା ଏହା ଉପରେ କୋର୍ଟ ରେ କେଶ ଅଛି ମୂଁ ତାଉପରେ କିଛି କରିପାରିବି ନାହିଁ, ସମସ୍ତେ ନିଜ ନିଜ ଆଡୁ ନିଜ ମୁଣ୍ଡରୁ ଦୋଷ ଖସେଇ ଦେଇଥିଲେ, ଏପରିକି ଜଣେ ପ୍ରଧାନ ଶିକ୍ଷକ ଙ୍କୁ ଗ୍ରାମବାସୀ ସ୍କୁଲ ରେ ତାଲା ପକେଇ ଦେଇଥିଲେ ମଧ୍ୟ ଶିକ୍ଷା ବିଭାଗ ର ଅଧିକାରୀ ଙ୍କ କେତେ ସହଯୋଗ ମନୋଭାବ ତାହା ଏହି କଥାରୁ ଜଣା ପଡି ଯାଇ ଥିଲା | ତେବେ ଏହି ବିଷୟରେ ପୁରୁଷୋତ୍ତମପୁର ଥାନା ଵାଲା ସୋସିଆଲ ଗ୍ରୁପ ରୁ ପଢି ଜଣେ ଏସ ଆଇ ଓ ଜଣେ ଏ ଏସ ଆଇ ଙ୍କୁ ପଠାଇ ଥିଲେ ମଧ୍ୟ ମହିଳା ମାନେ ଓ ଗ୍ରାମବାସୀ ମାନେ ଏହାର ସ୍ଥାୟୀ ସମାଧାନ ନହେଲେ ପ୍ରଧାନ ଶିକ୍ଷକ ଙ୍କୁ ରୁମର ତାଲା ଖୋଲିବୁନି କହିବାରୁ, ଏସ ଆଇ ଆଇ ଆଇ ସିଙ୍କୁ ଫୋନ କରିବାରୁ ଥାନା ଅଧିକାରୀ ସମୀର କୁମାର ରାଉତ ଓ ଅନ୍ୟ ଷ୍ଟାଫ ମାନେ ସ୍କୁଲ କୁ ଯାଇ ମହିଳା, ଗ୍ରାମବାସୀ ଓ ସରପଞ୍ଚ ଅନିଲ କୁମାର ନାହାକ ଙ୍କୁ ବହୁତ ବୁଝା ସୁଝା କରି ବା ପରେ ପ୍ରଧାନ ଶିକ୍ଷକ ଙ୍କୁ ଉଦ୍ଧାର କରି ଘରକୁ ଛାଡି ଥିଲେ |

କିନ୍ତୁ ଗ୍ରାମବାସୀ ଓ ମହିଳା ଏବଂ ସରପଞ୍ଚ ଏବେବି ପ୍ରଧାନ ଶିକ୍ଷକ ଙ୍କ ଉପରେ ବିଶ୍ୱାସ ରଖି ନାହାନ୍ତି, ଆଗାମୀ ଦିନରେ ସେମାନେ ଜିଲ୍ଲପାଳ ଙ୍କ ଅଫିସ ଆଗରେ ମହିଳା ମାନେ, ଗ୍ରାମବାସୀ ଓ ସରପଞ୍ଚ ସମିତି ସଭ୍ୟା ମାନେ ମିଶି ଆନ୍ଦୋଳନ କରିବେ ବୋଲି କହି ଛନ୍ତି ତେଣୁ ଜିଲ୍ଲା ପାଳ ଏହାଉପରେ ବିଚାର କରିବାକୁ ସାଧାରଣ ରେ ଅନୁରୋଧ ଓ ଦାବି କରିଛନ୍ତି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
