କଟକ : ସେବାର ଅନ୍ୟ ନାମ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ । କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ପରକୁଳା ଗ୍ରାମରେ ଗୋଟିଏ ପାରିବାର ଅଛି ଯାହାର ମୁଖ୍ୟ ହେଉଛନ୍ତି କୈଳାସ ବେହେରା । ଗତ ଦୁଇବର୍ଷ ପୂର୍ବେ ଏହି ପରିବାରଟି ହସ ଖୁସୀରେ ଚାଲୁଥିଲା । ବିଧି ର ବିଧାନ ବିଚିତ୍ର। କୈଳାସ ଏବେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ । ଛୋଟ ଛୋଟ ଦୁଇଟି ଝିଅ ଗୋଟିଏ ଛୋଟ ପୁଅ । ଯାହାର ବୟସ ଏକ ବର୍ଷ । ବିଚିତ୍ର ଦୁନିଆଁ ଛୋଟ ପୁଅ ଟି ତାର କୁନି କୁନି ଓଠରେ ବାପା ଡାକିବା ବେଳକୁ ବାପା ତାର କ୍ୟାନ୍ସର ପୀଡ଼ିତ । ଛୋଟ ଦୁଇଟି ଝିଅ କିପରି ପାଠ ପଢିବେ,ଘର କିପରୀ ଚାଲିବ ଚିନ୍ତାରେ କୈଳାସଙ୍କ ସ୍ତ୍ରୀ ସସ୍ମିତା । ପୁଅର କଥା ଚିନ୍ତା କରି ବୁଢ଼ୀ ମା’ଟି ଖାଲି ଭଗବାନକୁ ଡାକୁଛି । ପ୍ରଶାସନିକ ଅବହେଳା ପାଇଁ ନା ତାଙ୍କର ଘର ଅଛି ନା ଅଛି ଆଧାର କାର୍ଡ । ଏହି ସମସ୍ୟା ପରକୁଳା ଗ୍ରାମ ପାଇଁ ଚିନ୍ତାର ବିଷୟ ହୋଇଛି । କିଛି ସାମାଜିକ ବନ୍ଧୁଙ୍କ ଠାରୁ ଖବର ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତା ମାନେ ପହଞ୍ଚିଥିଲେ ଏହି ପରିବାର ପାଖରେ । କୁନି ଝିଅଙ୍କ ପାଇଁ କୁମାର ପୁର୍ଣିମାର ସାମଗ୍ରୀ ଓ ପରିବାର ପାଇଁ ରାସନ ଦେଇଥିଲେ । ପାରିବାରର ସମସ୍ତଙ୍କ ପାଇଁ ପୋଷାକ ଯେପରିକି ଶାଢ଼ୀ,ଲୁଙ୍ଗୀ, ଗାମୁଛା ଓ ଅନ୍ୟାନ୍ୟ ପୋଷାକ ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ଟ୍ରଷ୍ଟର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜନ ହେଇଥିବା ବେଳେ ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି,କାଳନ୍ଦୀ ମଲ୍ଲିକ,ଜୟନ୍ତ ମଲ୍ଲିକ,ତପନ କୁମାର ନାଥ,ଜଗନ୍ନାଥ ବେହେରା,ମନୋଜ କୁମାର ରାଉତ ଓ ଚନ୍ଦନ କୁମାର ଲେଙ୍କା ଉପସ୍ଥିତ ଥିଲେ ।
