ଭଞ୍ଜନଗର,୦୫/୦୮ : ଗଣେଷ ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନେଇ ପୂଜା କମିଟି ମାନଙ୍କୁ ନେଇ ପୁଲିସ୍ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ଡିପିଓ ସୁଜିତ ନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସାହିର ପୂଜା କମିଟି କର୍ମକର୍ତ୍ତା ଯୋଗ ଦେଇ ଏନେଇ ଆଲୋଚନା କରିଥିଲେ। ପୂଜା ସମୟରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପେଣ୍ଡାଲ୍ ନିକଟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଭସାଣୀ ସମୟରେ କୌଣସି ଅସ୍ବଭାବିକ ପରିସ୍ଥିତିକୁ ଏଡାଇବା ପାଇଁ ପୂଜା କମିଟି ଗୁଡିକ ସର୍ତ୍ତକତା ଅବଲମ୍ବନ କରିବା ନେଇ ଆଲୋଚନା ହୋଇଥିଲା। ପୂଜା ସମୟରେ ଡିଜେ ଏବଂ ବାଣ ନଫୁଟାଇବାକୁ ପୂଜା କମିଟି ମାନଙ୍କୁ କୁହାଯାଇଥିବା ଥାନା ଅଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି।ଚଳିତ ବର୍ଷ ଗଣେଷ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନେଇ ଆଲୋଚନା ହୋଇଥିଲା। ଏଥିରେ ତାରସିଂ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ସମେତ ପୂଜା କମିଟିର କର୍ମକର୍ତ୍ତା,ସଦସ୍ୟ ଓ ପୁଲିସ୍ ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
