You are currently viewing ବେଗୁନିଆପଡା ବ୍ଲକ ରେ ଉଦ୍ୟୋଗ ବିକାଶ ତାଲିମ ଶିବିର
ବେଗୁନିଆପଡା ବ୍ଲକ ରେ ଉଦ୍ୟୋଗ ବିକାଶ ତାଲିମ ଶିବିର

ଓଡିଶା ପ୍ରୋଜେକ୍ଟ ଏବଂ ବଜାର ବିକାଶ ଓ ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ବାର ଦିନିଆ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକସଭା ଗୃହରେ ବୁଧବାର ଦିନ ଉଦଘାଟିତ ହୋଇଯାଇଛ । ସମାଜସେବୀ ମହେଶ୍ୱର ବରାଡ଼ଙ୍କ ଅଧକ୍ଷତାରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ଜୟରାମ ସ୍ୱାଇଁ, ହୃଷିକେଶ ପାତ୍ର, ଗୋପବନ୍ଧୁ ସାହୁ ଯୋଗଦେଇ ଥିଲେ ।ଓ ପି ଏମ ଡି ସି ନିର୍ଦେଶକ ରବୀନ୍ଦ୍ର କୁମାର ସାହୁ, ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଆଶିଷ କୁମାର ନନ୍ଦି ଯୋଗଦେଇ ଶିଳ୍ପ ଗଡ଼ିବା ପାଇଁ ଏବଂ ଏମ ଏସ ଏମ ଯୋଜନା ର ସୁଫଳ ଉପରେ ଆଲୋଚନା କରାଯିବା ସହ ନିଜସ୍ୱ ଉଦ୍ୟମ, ସରକାର ଙ୍କ ସହାୟତା, ପରିବେଶ ଓ ପରିସ୍ଥିତି, ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ବ୍ଲକ ର ବିଭିନ୍ନ ପଂଚାୟତ ର ଜନପ୍ରତିନିଧି ଓ ସ୍ଥାନୀୟ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।