You are currently viewing ଭୁବେନେଶ୍ୱର ଓଡିଶୀ ନୃତ୍ୟ ଅନୁଷ୍ଠାନ “ଲାସ୍ୟ ଡେନ୍ସ ଏକାଡେମୀ” ପକ୍ଷରୁ ୨ୟ ଲାସ୍ୟ ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୧୯ ତାରିଖରେ ଅନୁଷ୍ଟିତ ହେବ ।
ଭୁବେନେଶ୍ୱର ଓଡିଶୀ ନୃତ୍ୟ ଅନୁଷ୍ଠାନ “ଲାସ୍ୟ ଡେନ୍ସ ଏକାଡେମୀ” ପକ୍ଷରୁ ୨ୟ ଲାସ୍ୟ ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୧୯ ତାରିଖରେ ଅନୁଷ୍ଟିତ ହେବ ।

ଭୁବେନେଶ୍ୱର , ୧୯/୦୩ -:- ଭୁବେନେଶ୍ୱର ଓଡିଶୀ ନୃତ୍ୟ ଅନୁଷ୍ଠାନ “ଲାସ୍ୟ ଡେନ୍ସ ଏକାଡେମୀ ” ପକ୍ଷରୁ ୨ୟ ଲାସ୍ୟ ସମ୍ମାନ ପ୍ରଦାନ ଉତ୍ସବ ୨୦୨୨ ଆସନ୍ତା ତା ୧୯ ରିଖ ମାର୍ଚ୍ଚ ସନ୍ଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ ଭଞ୍ଜ କଳା ମଣ୍ଡପ ରେ ଅନୁଷ୍ଠିତ ହେବ ଏହି ଉତ୍ସବ କୁ ପ୍ରାତଃ, ମଧ୍ୟାହ୍ନ ଏବଂ ସନ୍ଧ୍ୟା ରେ ଭାଗ କରାଯାଇଛି ପ୍ରାତଃ ଅଧିବେଶନ ର ମୁଖ୍ୟ ଅତିଥି ଭାବେ ଭୁବେନେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୨ ଘଟିକା ପଯ୍ୟନ୍ତ ପ୍ରାତଃ ଅଧିବେଶନ ଚାଲିବ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିବେ ଏବଂ ମଧ୍ୟାହ୍ନ ଅଧିବେଶନ ୨ ତା ଠାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଏବଂ ସନ୍ଧ୍ୟା ଅଧିବେଶନ ର ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର ଯୋଗ ଦାନ କରି ସନ୍ଧ୍ୟା ଅଧିବେଶନ ରୁ ଉଦଘାଟନ କରିବେ ଏବଂ ଚଳିତ ବର୍ଷ ନିମନ୍ତେ ମର୍ଯ୍ୟାଦାଜଣକ ଦ୍ୱିତୀୟ ଲାସ୍ୟ ସମ୍ମାନ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ କୁମକୁମ ମହାନ୍ତି ଙ୍କୁ ପ୍ରଦାନ କରିବେ ଏହି ଉତ୍ସବ ରେ ମଧ୍ୟ ଜାନୁୟାରୀ ୨୯ ରେ ହୋଇଥିବା ଲାସ୍ୟ ପ୍ରତିଭା ର କୃତି ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିବେ ବୋଲି ଅନୁଷ୍ଠାନ ର ସମ୍ପାଦିକା ଗୁରୁ ଶ୍ରୀମତୀ ସମୀକ୍ଷା ଦୀକ୍ଷିତ ଯାଇଛନ୍ତି ।