ବେଲଗୁଣ୍ଠା, ୦୧/୦୯, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୩ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ରାମକୃଷ୍ଣ ପାତ୍ର,ସୁଧୀର କୁମାର ଭୂଷଣ ,ସୁରେନ୍ଦ୍ର ଦାସ, ଦ୍ଵିତୀକୃଷ୍ଣ ପାତ୍ର, ସନ୍ତୋଷ ସାହୁ,ରାମ ପାଣିଗ୍ରାହୀ, ଦଣ୍ଡପାଣି ବେହେରା ଦୟା ବିଶ୍ୱାଳ, ପ୍ରମୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରିଥିଲେ I ବିଶେଷ କରି ବନ୍ଧୁ ମିଳନ କାର୍ଯ୍ୟକ୍ରମ ନିମନ୍ତେ ସମୟ ଏବଂ ସ୍ଥାନ ସମ୍ପର୍କରେ ଆଲୋଚନା କରାଯିବା ସହିତ ଏଥିରେ କିପରି ଅଧିକ ପୁରାତନ ଛାତ୍ର ଅଂଶଗ୍ରହଣ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା I
