ଆସିକା,୧୯/୧୧ ଆସିକା ସମବାୟ ଚିନିଶିଳ୍ପର ସମ୍ମିଳନୀ କକ୍ଷ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚିନିଶିଳ୍ପର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆସିକା ସମବାୟ ଚିନିଶିଳ୍ପ ଲିଃର ଆଧୁନିକ କରଣ,ଶିଳ୍ପ ପରିସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଚିନିଶିଳ୍ପର ସଭାପତି ଶ୍ରୀ ରବିନ୍ଦ୍ର ପଣ୍ଡା, ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ଶ୍ରୀ ଉଦୟନାଥ ପ୍ରଧାନ, ଶ୍ରୀ ବସନ୍ତ କୁମାର ଦଳାୟି, ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଶ୍ରୀ ଧରଣୀ ପ୍ରଧାନ, ଶ୍ରୀ ସରତ ପ୍ରଧାନ, ଶ୍ରୀନିରଞ୍ଜନ ପ୍ରଧାନ, ଶ୍ରୀମତୀ ଗୀତା ପାତ୍ର, ଶ୍ରୀମତୀ ଅରାଲୁ ରେଡି, ଶ୍ରୀ ସୁଦର୍ଶନ ଗୌଡ଼, ଶ୍ରୀ ସନ୍ତୋଷ ପ୍ରଧାନ, ଶ୍ରୀ ପ୍ରଶାନ୍ତ କୁମାର ପାଢୀ, ଶ୍ରୀ ଶ୍ରୀନିବାସ ମହାପାତ୍ର, ଇ ଶ୍ରୀ କେଦାର ନାଥ ସାହୁ, ଶ୍ରୀ ଅରୁଣ ପାତ୍ର, ଚିତ୍ତ ଚିନ୍ମୟ ନାୟକ ସମେତ ନିରାପତ୍ତା ଅଧିକାରୀ ଯୋଗଦେଇ ଆସିକା ଚିନି କାରଖାନାକୁ ସୁଦୃଢ କରିବା ସହ ବାଣିଜ୍ୟ ବ୍ୟବସାୟ କୁ ଉନ୍ନତି ଆଣିବା ଉପରେ ଉକ୍ତ ବୈଠକରେ ନିଷ୍ପତ୍ତି ନେଇଥିଲେ ।
