କୋଦଳା (୦୧/୦୧/୨୦୨୪)
ନବବର୍ଷ ପାଳନ ଓ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ରବିବାର ସବୁଠି ଚଳଚଞ୍ଚଳ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଠାରେ ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ୍ ସେଲିବ୍ରେସନ୍। କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ। କୋଦଳା ଠାରୁ ଶହ ଶହ ସଂଖ୍ଯାରେ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ସାହୁ ବାହାରି ବେଗୁନିଆପଡ଼ା ଠାରେ ପହଞ୍ଚିବା ପରେ ଠାକୁରାଣୀ ମନ୍ଦିର ନିକଟରୁ ଏକ ବିଶାଳ ରୋଡ୍ ସୋ ରେ ଅଗଣିତ କର୍ମକର୍ତ୍ତାଙ୍କୁ ଅଭିବାଦନ ଜଣାଇବା ସହ କର୍ମକର୍ତ୍ତାଙ୍କୁ ଉସ୍ଛାହିତ କରିଥିଲେ। ଏଥିରେ ସାମିଲ ହୋଇଥିଲେ କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁଙ୍କ ସମେତ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ଡକ୍ଟର ରଞ୍ଜିତା ସାହୁ। ବେଗୁନିଆପଡ଼ା ମୁଖ୍ୟ ବଜାର ପରିକ୍ରମା କରିବା ପରେ ସମସ୍ତ ଅତିଥି ଜଗତି ସାହିରେ ଆୟୋଜିତ ସାମାଜିକ ନାଟକ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ମା ନାରାୟଣୀ ନାଟ୍ଯ ସଂସଦ ପକ୍ଷରୁ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସାମାଜିକ ନାଟକ ଆୟୋଜିତ ହୋଇଥିବା ବେଳେ ଏହାକୁ ଉଦ୍ ଘାଟନ କରିଥିଲେ କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ।ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ। ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ଡକ୍ଟର ରଞ୍ଜିତା ସାହୁ, କବିସୂର୍ଯ୍ୟନଗର ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର,ସମାଜସେବୀ ବିଜୟ କଅଁର, ଅମୂଲ୍ୟ ଦାସଙ୍କ ସହ ବେଗୁନିଆପଡ଼ା ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ଭ୍ରମରବର ଭୂୟାଁଙ୍କ ସମେତ ବେଗୁନିଆପଡ଼ା ବ୍ଳକର ବହୁ ପୂର୍ବତନ ଜନପ୍ରତିନିଧି, କବିସୂର୍ଯ୍ୟନଗର ଏନ୍ଏସି ର ବହୁ କାଉନସିଲର, କୋଦଳା ଏନଏସି ର ବହୁ ପୂର୍ବତନ କାଉନସିଲର ମାନେ ଉପସ୍ଥିତ ରହି ନାଟକକୁ ଉଦଘାଟନ ପୂର୍ବକ ଅଞ୍ଚଳର କଳା ଓ ସଂସ୍କୃତିକୁ ନେଇ ବକ୍ତବ୍ୟ ରଖିଥିଲେ। ନାଟ୍ଯ ନିର୍ଦ୍ଦେଶକ ମିଲୁ ଆଚାର୍ଯ୍ୟଙ୍କ ବରିଷ୍ଠ ନିର୍ଦ୍ଦେଶନା ରେ ” ବାୟା ତୁ ମରିଯା” ନାଟକ ପରିବେଷଣ ହୋଇଥିବା ବେଳେ ଏଥିରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଅତିଥି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
