ସୋରଡ଼ା,୨୨/୬,
ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ସୋରଡା ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ,
ପ୍ରୋବେଷନାରି IAS ସରନ୍ୟା ସର୍ବଣା ,ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି, ଯୋଗଦେଇ ମୋଟ ୧୩୭ଟି ଅଭିଯୋଗର ଶୁଣାଣୀ କରିଥିଲେ । ୩ଟି ଅଭିଯୋଗର ତ୍ୱରିତ ସମାଧାନ ଶିବିରରେ କରାଯାଇଥିବା
ବେଳେ ଅନ୍ୟ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୬ଜଣ ବ୍ୟକ୍ତି ଙ୍କୁ 32500 ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ବେଳେ

୨ ଜଣ ଦିବ୍ୟାଙ୍ଗ ଙ୍କୁ ତିନି ଚକିଆ ଟ୍ରାଇ ସାଇକେଲ , ୨ଜଣ ଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିଲା , ସ୍ଥାନୀୟ ଜନସାଧାରଣ ଆସି ଶିକ୍ଷା,କୃଷି,ସ୍ୱାସ୍ଥ୍ୟ, ଭତ୍ତା, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ ।
ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର , ତହସିଲଦାର ଗୋପାଳକୃଷ୍ଣ ରାଉତରାୟ ,ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ମିଳିତ ଅଭିଯୋଗ ଜନଶୁଣାଣୀକୁ ପରିଚାଳନାରେ ସହଯୋଗ କରିଥିଲେ।

