ସାନଖେମୁଣ୍ଡି ୨୭/୦୨/୨୪ (ରଘୁନାଥ ନାୟକ)-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ଓ ନୁଆଁ – ଓ ଯୁବ ଓଡିଶା ନବୀନ ଓଡିଶା ସହାୟତା ରେ ଆୟୋଜିତ ହୋଇଯାଇଛି । ବିଜ୍ଞାନ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ର ପରିଚାଳନା କମିଟି , ପୂର୍ବତନ ଛାତ୍ରଛାତ୍ରୀ ଏବା ଅଞ୍ଚଳ ବୁଦ୍ଧିଜୀବୀଙ୍କ ସମାରୋହରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟା ୧୦୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ସହ ରକ୍ତଦାନ ପ୍ରତି ଛାତ୍ରଛାତ୍ରୀଙ୍କୁ ଅନୁପ୍ରେରଣା ଯୋଗାଇଥିଲା ।

ନୂଆଁ ଓ ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ସୁମିତ୍ରା ଦେବୀ , ସଭ୍ୟା ଅଧ୍ୟାପିକା ରଞ୍ଜିତା ପ୍ରଧାନ ଏବଂ ଅଧ୍ୟାପକ ଅଶୋକ କୁମାର ଶତପଥୀଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଡ଼ାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓକିଲ ଚନ୍ଦ୍ରଧ୍ୱଜ ସିଂ, ଡି କେଦାର ପାତ୍ର ଯୋଗଦେଇ ସ୍ବେଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।


ବ୍ରହ୍ମପୁର (ଏମ କେ ସି ଜି) ମେଡିକାଲ ର ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହାୟତାରେ ଏହି ଶିବିରରେ ରେକର୍ଡ ସଂଖ୍ୟା ୧୦୮ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା
କାର୍ଯ୍ୟକ୍ରମ ସଂଚାଳନରେ ଅଧ୍ୟାପକ ରାମ ସ୍ୱରୂପ ପାଣିଗ୍ରାହୀ , ଦୁର୍ଯ୍ୟୋଧନ ଜେନା ଶାନ୍ତନୁ ପାଣିଗ୍ରାହୀ ଅଧ୍ୟାପିକା ଦମୟନ୍ତୀ ପାଣିଗ୍ରାହୀଙ୍କ ସମେତ କର୍ମଚାରୀ ସୁରେନ୍ଦ୍ର ବେହେରା , ମଣ୍ଡଳ , ଶ୍ରଦ୍ଧାଞ୍ଜଳି ପଣ୍ଡା , ରମେଶ ଗୌଡ ,ରଞ୍ଜୁବଳା ପ୍ରଧାନ , ମଧୁମିତା ଦଳେଇ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପୁଡାମରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ପୁରୁଣା ଓ ନୁଆଁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ମେଗା ରକ୍ତଦାନ ଶିବିର ଟିକୁ ସାମ୍ପୁର୍ନ କରିଥିଲେ


ରିପୋର୍ଟର : ରଘୁନାଥ ନାୟକ
