You are currently viewing ଭାଷାତତ୍ବ ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।
ଭାଷାତତ୍ବ ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପିଜି କାଉସିଲ ପରିସର ମଧ୍ୟରେ ଥିବା ଭାଷାତତ୍ବ ବିଭାଗରେ ବୁଧବାର ଦିନ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମାରୋହ କାର୍ଯ୍ୟକ୍ରମ କ୍ଲାସ୍ ରୁମ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗର ମୁଖ୍ୟ ଡ଼. ମେନ୍ଦେମ୍ ବାପୁଜୀ , ଡ଼. ଅନୁପ କୁମାର କୁଜୁର୍ , ଡ଼. ବବିତା ସରଂଠେମ୍ ଓ ଶେଷଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଉଜ୍ବଳ ଭବିଷ୍ୟତ ଗଠନ ଉପରେ ଉପଦେଶ ଦେଇଥିଲେ ।

ଡ଼. କୁଜୁର୍ ନିଜର ବକ୍ତବ୍ୟ ରେ ମଣିଷ ଜୀବନରେ ଭାଷା ର ମହତ୍ତ୍ଵ ଓ ତାର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସେହିପରି ଡ଼. ବବିତା ପ୍ରତିଦିନ ଛାତ୍ରଛାତ୍ରୀ ମାନଙ୍କୁ କ୍ଲାସ୍ ରେ ଉପସ୍ଥିତ ରହିବା ଓ ଭାଷାତତ୍ୱ ମହତ୍ତ୍ଵ ଉପରେ ବୁଝାଇଥିଲେ ।ପରେପରେ ସିନିୟର୍ ଛାତ୍ର ଛାତ୍ରୀ ମାନେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଉପହାର ସହ ଫୁଲତୋଡା ଦେଇ ସ୍ବାଗତ ଜଣାଇଥିଲେ ଓ ଶେଷରେ ନବାଗତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ନାଚ ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।