ବ୍ରହ୍ମପୁର (ଲଡ଼ୁ କିଶୋର ପାତ୍ର )ଗୋଳନ୍ଥରା ସ୍ଥିତ ନିଷ୍ଟ ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ସଂକଳ୍ପ ଉଦ୍ଘାଟିତ ହୋଇଛି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସୁକାନ୍ତ କିଶୋର ମହାପାତ୍ର, କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥ୍ ଭାବେ କମ୍ପ୍ଲିଜେଣ୍ଟ କମ୍ପାନୀ ର ଉପସଭାପତି ତଥା ଭୁବନେଶ୍ୱର କେନ୍ଦ୍ର ମୁଖ୍ୟ ଶ୍ରୀ ସତୀଶ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଏପ୍ସ ଜାମ୍ମୁ କାଶ୍ମୀରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ସଚିଦାନନ୍ଦ ମହାନ୍ତି ଉଦଘାଟନ କରିଥିଲେ I ପରାମର୍ଶ ଦାତା ଅଧ୍ୟାପକ ପ୍ରଫେସର ସ୍ବାଧୀନ ମିଶ୍ର, ମିଟୁ ବରାଳ, ଛାତ୍ର ସଭାପତି ସୂବମ ମିଶ୍ର, ଛାତ୍ର ସଚିବ ଫୈଜାନ ଅହମଦ ଏବଂ କୋଷାଧ୍ୟକ୍ଷା ସୌମ୍ୟାଶ୍ରୀ ରଥ ମଞ୍ଚାସୀନ ଥିଲେ । ବିଶ୍ବବିଦ୍ୟାଳୟ ପରିସରରେ ବିଭିର୍ନ କ୍ଲବ ତରଫରୁ ବୈଷୟିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନସିଏସ କ୍ଲବ, ଇଏଚସି କ୍ଲବ, ଏଡି, ଇନୋଭା, ୟୁରେକା, ଏନ ସି ସି, ଏନଏସଏସ, ଏନସି ସି, ଆରଇସି, ଏକ୍ସଏଲ, ମଲ୍ଟିମିଡିଆ, ଏନଏମଏସ, ଡ୍ୟାନ୍ସ, କେଟ, ଗୁଗୁଲ, ଫୋଟୋ ଫକ୍ସ, ମ୍ୟାନେଜେମେଣ୍ଟ, ମିଡିଆ ମୁବେର କ୍ଲବ ପରି ବହୁ କ୍ଲବ ଅଂଶ ଗ୍ରହଣ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉଦଯାପନୀ ସନ୍ଧ୍ୟାରେ ପ୍ରସିଦ୍ଧ ବଲିଉଡ ଗାୟକ ଅମିତ ମିଶ୍ର, ଡିଜେ ରିକ୍ସ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାରପ୍ରାପ୍ତ କୁଳସଚିବ ଡ. ବିଷ୍ଣୁକର ନାୟକ, ଡ.ପ୍ରୀତି ରଞ୍ଜନ ସାହୁ, ଡ. ମାନବେନ୍ଦ୍ର ପାତ୍ର, ଡ଼. ସସ୍ମିତା ପାଢ଼ୀ, ପ୍ର ପୁର୍ନେନ୍ଦୁ ମିଶ୍ର, ଡ. ହରିକୃଷ୍ଣ ଗନ୍ତାୟତ, ଡ. ରତିକାନ୍ତ ନାୟକ, ଡ. ଆକାଂକ୍ଷା ପଟ୍ଟନାୟକ,ପ୍ର ଦୁର୍ଗା ମାଧବ ପାଢ଼ୀ, ପିତାମ୍ବର ସାହୁ, ପ୍ର ସରୋଜ ପାଢ଼ୀ, ସଂଜିତ ମହାନ୍ତି, ସୌମ୍ୟା ମୁଦୁଲି, ସନ୍ତୋଷ ନାୟକ, ପ୍ରଣୟ ରଥ, ସୁରେଶ ମହାପାତ୍ର, ଦିଲ୍ଲୀ ଡଃବୁରୁ ରେଡି, ଚିନି ନରେଶ, ବାସୁଦେବ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।
