You are currently viewing ଡେଙ୍ଗାଉସ୍ତା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଡେଙ୍ଗାଉସ୍ତା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଉସ୍ତା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟା ମନ୍ଦିର ବିଦ୍ୟାର୍ଥୀ , ଅଭିଭାବକ , ଅଞ୍ଚଳ ବୁଦ୍ଧିଜୀବୀଙ୍କ ସହ ପରିଚାଳନା କମିଟି ସଦସ୍ୟଙ୍କ ସମାହାରରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସିମାଞ୍ଚଳ ପଣ୍ଡା ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିମଞ୍ଚକ ପାତ୍ରଙ୍କ ସହ ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନା ,ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ,ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ଓଡ଼ିଶା ଗଞ୍ଜାମ ଜିଲ୍ଲା ପ୍ରମୁଖ ଉପେନ୍ଦ୍ର କୁମାର ପଣ୍ଡା ,ସମ୍ପାଦକ ରବୀନ୍ଦ୍ର ଜେନା ପ୍ରମୁଖ ମାଞ୍ଚାସୀନ ରହିଥିଲେ । ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବେଦ ମନ୍ତ ଧ୍ଵନି ଉଚ୍ଚାରଣ ସହ ମଞ୍ଚାରୁଢ଼ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ପ୍ରଦାନ ଏବଂ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଅତିଥି ପରିଚୟ , ଅତିଥି ସମ୍ବର୍ଦ୍ଧନା ପରେ କୁନି କୁନି ବିଦ୍ୟାର୍ଥୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମଞ୍ଚାସୀନ ଅତିଥି ସମୂହ ନିଜନିଜ ବକ୍ତବ୍ୟରେ ଅଞ୍ଚଳ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ସୀମିତ ସମ୍ବଳ ଏବଂ ବ୍ୟକ୍ତି ବିଶେଷଙ୍କ ମହତ ଉଦ୍ଧେଶ୍ୟରେ ସୃଷ୍ଟ ଏହି ଅନୁଷ୍ଠାନର କଳେବର ବୃଦ୍ଧି ସହ ଭିତ୍ତିଭୂମିର ବିକାଶକୁ ନେଇ ଉତ୍ତରୋତ୍ତର କାମନା କରିଥିଲେ । ଏହା ସହ ସାଂପ୍ରତିକ ସ୍ଥିତିର ଶିକ୍ଷା ବ୍ୟବସ୍ଥାରେ ବିଦ୍ୟାର୍ଥୀଙ୍କ ଠାରେ ଦୂରେଇ ଯାଉଥିବା ବୌଦ୍ଧିକ ସଂସ୍କାର , ଏକାଗ୍ରତା ସହ ମାନଯୋଗିତାକୁ ନେଇ ଶିକ୍ଷାର୍ଥୀଙ୍କୁ ଅନୁପ୍ରାଣିତ କରିଥିଲେ । ପରିଚାଳନା କମିଟି ପକ୍ଷରୁ ବିଦ୍ୟା ମନ୍ଦିରର ବାର୍ଷିକ ବିବରଣୀ ପଠନ ସହ ଅନୁଷ୍ଠାନର ବିଦ୍ୟାର୍ଥୀଙ୍କ ଦ୍ଵାରା ଗୃହୀତ ସଫଳତା ସମୂହ ବାର୍ଷିକ ଉତ୍ସବରେ ଉପସ୍ଥାପନା କରିଥିଲେ । ବିଦ୍ୟାର୍ଥୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଉପସ୍ଥିତ ସଭାସଦଙ୍କୁ ଆମୋଡ଼ିତ କରାଯାଇଥିଲା । ଏଥି ସହିତ ପୂର୍ବ ଆୟୋଜିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଞ୍ଚାସିନ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଗୁରୁଜୀ ଗୁରୁମାଙ୍କ ସହିତ ସମସ୍ତ କର୍ମଚାରୀ କାର୍ଯ୍ୟକର୍ତ୍ତା ସମୂହ ଉପସ୍ଥିତ ସହଯୋଗରେ ସଫଳ ପରିଚାଳନା କରିଥିଲେ ।

ଗଞ୍ଜାମ ଜିଲ୍ଲା ରୁ ଇପିଲି ପୂର୍ଣ୍ଣଚନ୍ଦ୍ର ଙ୍କ news IJB NEWS।