You are currently viewing ଝାଡ଼ ବାଇ ଗ୍ରାମରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ଉଚ୍ଚବିଦ୍ୟାଳୟ ରେ ବାର୍ଷିକ ଉଚ୍ଚବ ଅନୁଷ୍ଠିତ |
ଝାଡ଼ ବାଇ ଗ୍ରାମରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ଉଚ୍ଚବିଦ୍ୟାଳୟ ରେ ବାର୍ଷିକ ଉଚ୍ଚବ ଅନୁଷ୍ଠିତ |

ପୁରୁଷୋତ୍ତମପୁର ବ୍ଳକ ଝାଡ଼ବାଇ ଗ୍ରାମରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ର ବାର୍ଷିକ ଉଛବ ସ୍କୁଲର ପ୍ରଧାନ ଶିକ୍ଷକ ଆଇ ମୋହନରାଓ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଉଛବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ପିଙ୍କି ବେହେରା, ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ସେଠୀ, ସମିତି ସଭ୍ୟା ସୁଲତା ସେଠୀ, ସିଏଚ ନୂଆଗାଁ ସମିତି ସଭ୍ୟା ଆଭା ପରିଡା,ବିଦ୍ୟାଳୟ ର ପରିଚାଳନା ସଭାପତି ଅଶୋକ ବେହେରା, ବିଜୟ ଚନ୍ଦ୍ର ପଟନାୟକ, ପାଣ ପାତ୍ର, ପ୍ରଶାନ୍ତ କୁମାର ସାହୁ, ଜଗତ ବନ୍ଧୁ ପଣ୍ଡା,ଅଭିମନ୍ୟୁ ସେଠୀ, ପ୍ରଫୁଲ କୁମାର ସାହୁ, ପ୍ରତାପ ଚନ୍ଦ୍ର ସେଠୀ,ଅମୁଲ୍ୟ କୁମାର ଦାଶ, ପୁର୍ଣଚନ୍ଦ୍ର ପଟନାୟକ, ମଞ୍ଚାସିନ ଥିଲେ | ଉପସ୍ଥିତ ଅତିଥି ମାନେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଙ୍କ ସହଯୋଗ ଓ 5ଟି ସଚିବ ଙ୍କ ଦ୍ୱାରା ସବୁସ୍କୁଲ ଆଜି ନୁଆଁ ଜୀବନ ପାଇଛନ୍ତି, ସ୍କୁଲ ଘର ଠାରୁ ଆରମ୍ଭ କରି ପିଲାଙ୍କ ନିମନ୍ତେ ଅତ୍ୟାବ ଶ୍ୟକ ଜିନିଷ କୁ ରାଜ୍ୟ ସରକାର ଯୋଗାଇ ପିଲାମାନେ ଯେପରି ସବୁକ୍ଷେତ୍ର ରେ ଶିକ୍ଷା ପାଇ ଆଗକୁ ବଢ଼ି ପାରିବେ ତାଉପରେ ସବୁ ବ୍ୟବସ୍ତା ହୋଇ ପାରିଛି | ତେଣୁ ଗୋଟିଏ ଗରିବ ପିଲା ଯେପରି ସବୁକ୍ଷେତ୍ର ରେ ଅନ୍ୟ ସବଳ ଓ ଜ୍ଞାନବନ୍ତ ଛାତ୍ର ସହିତ ସମକକ୍ଷ ହୋଇ ପାରିବ ତାପାଇଁ ମଧ୍ୟ ସବୁ କରାଯାଇଛି | ବିଧାୟିକା ପିଲା ମାନେ ଆଜି ଖେଳିବେ, ନାଚିବେ, ଓ ମୋ ସହିତ କଥା ହେବେ କହିବା ସହିତ ଏହି ବାର୍ଷିକ ଉଛବ ସେମାନଙ୍କୁ ଏକ ପ୍ରେରଣା ଯୋଗାଇବାବୋଲି ମଧ୍ୟ କହିଥିଲେ | ଆଗରୁ ବିଭିର୍ଣ୍ଣ ବିଭାଗ ରେ କୃତିତ୍ୱହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରି ସେହି ଗ୍ରାମର ନୂତନ 4ନଂ ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କରିଥିଲେ | ପରେ ଛାତ୍ର, ଛାତ୍ରୀ ମାନେ ବିଭିର୍ଣ୍ଣ ନୃତ୍ୟ,, ଗୀତ କାର୍ଯ୍ୟକ୍ରମ କରି ଉପସ୍ଥିତ ଲୋକଙ୍କ ମନକୁ ଜୟ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଇ ରମେଶ ମଞ୍ଚ ଦାୟିତ୍ୱ ତୁଲାଇ ଥିଲା ବେଳେ, ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ |ରିପୋର୍ଟ:ପ୍ରସନ୍ନ କୁମାର ଦାସ