ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ଶିଶୁଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବା ଏବଂ ସେମାନଙ୍କୁ ସୁଷମା ଖାଦ୍ୟ ଯୋଗାଇବା ନେଇ ଆଜି ଘରେ ଘରେ ପୃଷ୍ଟି ପ୍ରୟାସ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ଯୋଗଦେଇ ପୃଷ୍ଟିକର ଚାରା ବଣ୍ଟନ କରିଥିଲେ। ଖବରନୁଯାୟୀ , ଗ୍ରାମରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ବହୁ ଶିଶୁଙ୍କ ନିକଟରେ ଏମୋନିଆ ଭଳି ରୋଗ ଲକ୍ଷଣ ଚିହ୍ନଟ ଏବଂ ଶରୀରରୁ ଓଜନ କମିବା ନେଇ ପୂର୍ବରୁ ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ । ଯାହାଫଳରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ ନେତୃତ୍ବରେ ସରପଞ୍ଚ ସମେତ ଉଦ୍ୟାନ ଅଧିଦର୍ଶକ ସିମାଞ୍ଚଳ ଜେନା , କର୍ମକର୍ତ୍ତା ମଙ୍ଗୁଳୁ ସେଠୀ ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ଶିଶୁଙ୍କ ମାଆ ମାନଙ୍କୁ ସୁଷମ ଚାରା ଜାତୀୟ ବୃକ୍ଷ ବଣ୍ଟନ କରିଥିଲେ । ଯାଦ୍ବାରା ଏହି ଚାରାକୁ ସେମାନେ ନିଜ ରୋପଣ କରିବା ସହ ସେଥିରୁ ସୃଷ୍ଟି ସୁଷମ ଖାଦ୍ୟ ଖାଇବା ଦ୍ୱାରା ଶିଶୁଙ୍କ ସ୍ବାସ୍ଥ୍ୟ ପକ୍ଷେ ଉପଯୁକ୍ତ ସହାୟ ସୋଇପାରିବ ବୋଲି ଜଣାପଡିଛି । (ରିପୋର୍ଟ ଦିଗପହଣ୍ଡି ରୁ କିରଣ କୁମାର ବେହେରା)
