You are currently viewing ଆମ ପରିବାରର ପ୍ରଥମ ବଂଧୁ ମିଳନ ।
ଆମ ପରିବାରର ପ୍ରଥମ ବଂଧୁ ମିଳନ ।

କଟକ : ଫେସବୁକ ଗ୍ରୁପ ସାମାଜିକ ଅନୁଷ୍ଠାନ “ଆମ ପରିବାର” ପକ୍ଷରୁ ଏକ ବଂଧୁ ମିଳନ ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଛି । ଏହି ବଂଧୁ ମିଳନ ଉତ୍ସବରେ ଏକ ସମ୍ବର୍ଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୂଖ୍ୟ ଅତିଥି ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷ ଏବଂ ଗୀତିକାର ପଞ୍ଚାନନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ! ଗ୍ରୁପର ବରିଷ୍ଟ ଆଡମିନ ପ୍ରଭାତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ପ୍ରଥମେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଫୋଟଚିତ୍ର ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା! ସଭା ଆରମ୍ଭରେ ଗ୍ରୁପର କ୍ରିଏଟର ତଥା ଆଡମିନ ଜସ୍ମିନ ମିଶ୍ର ଗ୍ରୁପର ସବିଶେଷ ବିବରଣୀ ପାଠ କରି ପୂର୍ବରୁ ସବୁ ସଦଶ୍ୟ ଓ ସଦଶ୍ୟା ମିଶି ଭୁବନେଶ୍ୱର ଉତ୍ତର ଛକ ଠାରେ ଶାରଦା ଆଶ୍ରମ ଅନ୍ତେବାସୀଙ୍କୁ କିଛି ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ଶୁଖିଲା ଖାଦ୍ୟ ସାହାଯ୍ୟ କରିଥିଲେ ବୋଲି କହିଥିଲେ ତେଣୁ ଆଜି ସମଜାର ପକୃତ ଗରିବ ଓ ଅସହାୟ ଲୋକଙ୍କୁ ଆମେ ଯଦି ବିଭିନ୍ନ ସମୟରେ କିଛି କିଛି ସାହାଯ୍ୟ ଓ ସହଯୋଗ ହାତ ବଢେଇପାରିବା ତେବେଯାଇ “ମାନବ ସେବା ମାଧବ ସେବା” ପକୃତ ମୂଲ୍ୟବୋଧ ହୋଇପାରିବ । ପରେ ପରେ ଉତ୍ତରୀ ଓ ମାନପତ୍ର ଦେଇ ମୂଖ୍ୟ ଅତିଥି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶେଖର ଘୋଷଙ୍କୁ “ବିଶିଷ୍ଠ କଣ୍ଠଶିଳ୍ପୀ” ସମ୍ମାନ ଓ ଗୀତିକାର ପଞ୍ଚାନନ ନାୟକଙ୍କୁ ଶ୍ରେଷ୍ଠ ଗୀତିକାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗ୍ରୁପରେ ନିଜର ସଫଳ କାର୍ଯ୍ୟ ପରିଚାଳନା ପାଇଁ ସମ୍ବର୍ଦ୍ଧିତ ଅତିଥି ପ୍ରଭାତ ମହାପାତ୍ର ସମତେ ୧୯ ଜଣ ଆଡମିନଙ୍କୁ ଉତ୍ତରୀ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ଗ୍ରୁପର ଅନ୍ୟ ପ୍ରତିଭାଙ୍କୁ ମଧ୍ୟ ଟଫି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ବଂଧୁ ମିଳନ ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ,ବରିଷ୍ଠ ଆଡମିନ ରୋଜାଲିନ ମହାପାତ୍ର ଧନ୍ୟବାଦ ଅର୍ପଣ ଦେଇଥିଲେ । ସଭା ଶେଷରେ ଏକ ଭବ୍ୟ ଭୋଜିରେ ସମସ୍ତେ ଯୋଗ ଦେଇଥିଲେ ।