You are currently viewing 16 ନମ୍ବର ଜାତୀୟ ରାଜପଥ ଓ ଡିଜେଲ ଚୋର ପୋଲିସ, ଅଳ୍ପେକେ ବର୍ତ୍ତିଳା ପୋଲିସ
16 ନମ୍ବର ଜାତୀୟ ରାଜପଥ ଓ ଡିଜେଲ ଚୋର ପୋଲିସ, ଅଳ୍ପେକେ ବର୍ତ୍ତିଳା ପୋଲିସ

ଖଲ୍ଲିକୋଟ : 6/3
ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥରେ ଥିବା ଗୁରାପଲ୍ଲୀ ଟୋଲ ଗେଟ ନିକଟରୁ ରାତିରେ ରହୁଥିବା ଟ୍ରକ ଓ ଅନ୍ୟାନ୍ୟ ଗାଡିରୁ ଡିଜେଲ ଚୋରି ହେଉଥିବା ନେଇ ଖଲ୍ଲିକୋଟ ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା |ଫଳରେ ଗତକାଲି ପୋଲିସ ଗେଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଚୋରି କରୁଥିବା ଗାଡି ନମ୍ବର ଅନୁସାରେ ଧରପକଡ ପାଇଁ ପୋଲିସ ଆକ୍ସସନ ମୁଡ଼ ରେ ପଇଁତରା ମାରୁଥିଲା । ଗେଟ ନିକଟରେ ପୋଲିସ ଗାଡି ଡିଜେଲ ଚୋରଙ୍କୁ ଧରିବା ପାଇଁ ଟ୍ରକ ର ପିଛା କରି ଗୋଡାଇ ଟ୍ରକ ଆଗରେ ପୋଲିସ ଗାଡି ରଖିଥିବା ବେଳେ ଡିଜେଲ ଚୋରଙ୍କ ଟ୍ରକଟି ପୋଲିସ ଗାଡିକୁ ଓଭରଟେକ କରିବା ସହ ବୁଲେଇ ବିପରୀତ ରାସ୍ତାରେ କ୍ଷିପ୍ର ଗତିରେ ଦୌଡ଼ି ଖସି ପଳାଇବା ପାଇଁ ଲାଗିଲା। ଚୋର ପୋଲିସ ଦୌଡ଼ା ଦୌଡ଼ି ମଧ୍ୟରେ ସାବୁଳିଆ ନିକଟରେ ଚୋରଙ୍କ ଟ୍ରକଟି ପୋଲିସ ଗାଡିକୁ ପଛ ପଟକୁ ଧକ୍କା ମାରି କିଛି ଦୂରରେ ରାସ୍ତା ଉପରେ ଟ୍ରକଟିକୁ ଚୋରମାନେ ଛାଡି ଚମ୍ପଟ ମାରିଥିଲେ।

ଟ୍ରକ ରେ ଥିବା ଚୋର ମନେ ପୋଲିସ ଗାଡି ଉପରକୁ ଲୁହା ରେଞ୍ଚି ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗୁଥିବା ବେଳେ ପୋଲିସ ଟ୍ରକ ଟିକୁ ଅଟକାଇବା ପାଇଁ ଟ୍ରକ ଉପରକୁ ପଥର ମଧ୍ୟ ଫିଙ୍ଗି ଥିଲା | ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡିର ଗାଡିଟି ଚୋରଙ୍କ ଗାଡି ଧକ୍କାରେ ଭାଙ୍ଗି ଜଖମ ହୋଇ ଯାଇଥିବା ବେଳେ ପୋଲିସ ଏକ ବଡ ବିପଦରୁ ଅଳ୍ପକେ ବର୍ତି ଯାଇଛନ୍ତି। ପୋଲିସ ଟ୍ରକଟିକୁ ଜବତ କରି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି।ପୋଲିସ ଉକ୍ତ ଟ୍ରକ ଟିକୁ ଯାଞ୍ଚ କରି ଏକ ଭୁଜାଲି ଜବତ କରିଥିବା ଜଣାପଡିଛି |ତେଣୁ ଜାତୀୟ ରାଜପଥ 16 ରେ ଡକାୟତି ଓ ଦୁର୍ଘଟଣା ରୋକିବା ପାଇଁ ନାରାୟଣୀ ଛକ ଠାରୁ ସାନଘାଟି ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵ ରେ ସି ସି ଟିଭି ଓ ରାସ୍ତା ର ଉଭୟ ପାର୍ଶ୍ୱ ରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି |
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )