You are currently viewing ବିଦ୍ୟୁତ୍ ଆଘାତ ରେ ମହିଳାଙ୍କ ମୃତ୍ୟୁ
ବିଦ୍ୟୁତ୍ ଆଘାତ ରେ ମହିଳାଙ୍କ ମୃତ୍ୟୁ

ବାଲିଗୁଡା,୦୯/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି l ବିଦ୍ୟୁତ ଆଘାତ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ହେଲେ କୁନି ତ୍ରିପାଠୀ,ସୂଚନା ଅନୁସାରେ ଗୁଳିମରା ସାହି ର ମହିଳା ଜଣକ ବୁଧବାର ବାରିପଟେ ଲୁଗା ଶୁଖାଉ ଥିବା ବେଳେ ତାର ଟି ବିଦ୍ୟୁତ ସଂସ୍ପର୍ଶ ରେ ଆସିଯିବାରୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେl ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହିଳା ଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେଶ ନଂ. ୨୦/୨୪ରେ ରୁଜ୍ଜୁ କରି ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ଥାନା ଭାରପ୍ରାପ୍ତ ଅଧିକାରୀ ଶୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି l