ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଚାଙ୍ଗୁଡିଆ ପଦର ନୂଆଙ୍ଗା ର ପ୍ରମିଳା ସାହୁ, 55, ସ୍ୱାମୀ କାଳୁ ଚାରଣ ସାହୁ , ବଡ଼ ଝିଅ ସୁଜାତା ପାଢ଼ୀ, 36ବର୍ଷ ସେ ଚାନ୍ଦୁଲି ଗ୍ରାମରେ ବିବାହ କରି ମୁମ୍ବାଇ ରେ ରହୁ ଛନ୍ତି , ସେହିପରି ସାନ ଝିଅ ସୁନିତା ସାହୁ , 33ବର୍ଷ ,ହିଞ୍ଜିଳି ଗ୍ରାମ ରେ ବିବାହ କରି ସେମଧ୍ୟ ମାଆଙ୍କଠାରୁ ସ୍ୱାମୀସହିତ ମୁମ୍ବାଇ ରେ ରହୁଛନ୍ତି |ଦୁଇଝିଅ ବାହାହୋଇ ମାଆ ଙ୍କ ପାଖରେ ରହୁଥିଲେ | ମୁମ୍ବାଇ ରେ 40 ବର୍ଷ ହେଲା ଯାଇ ଏମ ଏସ ସି ର ଏକ ସରକାରୀ ସଂସ୍ଥାରେ କାଳୁ ଚରଣ ସାହୁ କାମ କରୁଥିଲେ ଓ 8 ବର୍ଷ ତଳେ କାଳୁ ଚାରଣ ମୃତ୍ୟୁ ବରଣ କରି ଥିଲେ | ତେବେ ପ୍ରମିଳା ଙ୍କଏକ ପୁଅ ଓ ଦୁଇ ଝିଅମୁମ୍ବାଇ ର ଏକ ଘରୋଇ ସଂସ୍ଥା ରେ କାମ କରୁଥିଲେ | ଏବଂ ସେମାନେ ସେଠାରେ କଲ୍ୟାଣୀ ପି ସି ଗାଁଓ ଇଷ୍ଟ ମହାନଗର ନିଗମ ପାଳିକା ମଙ୍ଗଳ ରହୁ ନଗର ରେ ଏକ ଆପାର୍ଟ ମେଣ୍ଟ ର ତୃତୀୟ ଫ୍ଲୋର ରେ ଘର ନଂ 202 ରେ କିଣି ରହୁଥିଲେ | ତେବେ ଏକଘଣ୍ଟ 30 ମିନଟ ରେ ପୂରା ଫ୍ଲାଟ ଛାତ ଭୁଶୁଡି ଯିବାରୁ ଏମାନେ ତିନି ଜଣଘରଭିତରେ ମାଆ ସହିତ ଦୁଇ ବିବାହିତ ଝିଅ ଙ୍କ ମୃତ୍ୟୁ ହୋଇ ଥିଲା | ସମସ୍ତେ ଏକମାସ ଆଗରୁ ଏହି ନୂଆଙ୍ଗା କୁ ଆସି ପ୍ରମିଳା ଙ୍କ ବାପା ମାଆଙ୍କୁ ଦେଖିବାକୁ ଆସି ଥିଲେ | ତେବେ ଗତ 18ତାରିଖ ଦିନ ସମସ୍ତେ ମୁମ୍ବାଇ ଚାଲି ଯାଇଥିଲେ | ତେବେ ପ୍ରମିଳା ନିଜ ଘରକୁ ନଯାଇ ସାନ ଝିଅ କୁ ଅମାବାସ୍ୟା ଭାର ଦେବାକୁ ଯାଇ କିଛି ସମୟ ରହିଯାଇଥିଲେ | ସନ୍ଧ୍ୟ ସମୟରେ ନିଜ, ନିଜ ଘରକୁ ଯାଇଥାନ୍ତେ |ତେବେ ବିଧିରବିଧାନ ଅଲଗା ପ୍ରକାର ସେହି 20ତାରିଖ ଦିନ ଏକଘଣ୍ଟ ତିରିଶି ମିନଟ ସମୟରେ ପୂରା ଫ୍ଲାଟ ଭୁଶୁଡି ମାଆ ସହିତ ଦୁଇ ଝିଅ ଙ୍କ ଜୀବନ ଚାଲି ଯାଇଥିଲା | ଏହି
ଦୁଖଃଦ ଘଟଣାଶୁଣିବା ପରେ ସିଏଚ ନୂଆଙ୍ଗା ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ତେବେ ଗଞ୍ଜାମ ଜିଲ୍ଲା ସହିତ ଓଡ଼ିଶାର ଦାଦନ ଶ୍ରମିକ କୁ ପ୍ରତିହତ କରିବାକୁ ସେମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି |ଏବଂ ଗଞ୍ଜାମ ଜିଲ୍ଲରେ କିଛି ଶିଳ୍ପ ପ୍ରତିଷ୍ଠା କରିବାକୁ କହିଛନ୍ତି ଗ୍ରାମବାସୀ |
