You are currently viewing ଖଲ୍ଲିକୋଟ କରଣ ସାହି ରେ କାର ବାଇକ ମୁଁହମୁହିଁ ଧକ୍କା, ଦୁଇ ବାଇକ ଚାଳକ ଗୁରୁତର |
ଖଲ୍ଲିକୋଟ କରଣ ସାହି ରେ କାର ବାଇକ ମୁଁହମୁହିଁ ଧକ୍କା, ଦୁଇ ବାଇକ ଚାଳକ ଗୁରୁତର |

ଖଲ୍ଲିକୋଟ : 21/1 ଖଲ୍ଲିକୋଟ ସହର ର ମୁଖ୍ୟ ରାସ୍ତା କାରଣ ସାହି ର ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ ଏକ ବାଇକ ରଖି ଦୁଇଜଣ ଯୁବକ କଥାବାର୍ତା ହେଉଥିବା ବେଳେ ଏକ କାର ଦ୍ରୁତ ଗତି ରେ ଆସି ପ୍ରଥମେ ମଇଲ ଖୁଣ୍ଟ ପରେ ବାଇକ କୁ ମୁଁହା ମୁଁହି ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରତର ହୋଇ ଥିବା ଜଣା ପଡୋଛି |ସୂଚନା ଅନୁଯାଇ ଖଲ୍ଲିକୋଟ ସହର ର ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତା କଡରେ ନିର୍ମାଲଝର ଅଭିମୁଖେ ବାଇକ ରଖି ବେଗୁନିଆପଡା ଥାନା ଅନ୍ତର୍ଗତ ମରିଗିଲେଣ୍ଡି ଗ୍ରାମର ଦିପୁ ଗୌଡ଼ 24 ଓ ଖଲ୍ଲିକୋଟ ଥାନା ଚିକିଲି ଗ୍ରାମ ର ଗଗନ ସ୍ୱାଇଁ ରାସ୍ତା କଡରେ ବାଇକ ରଖି କଥା ହେଉଥିବା ବେଳେ ଖଲ୍ଲିକୋଟ ସହର ଅଭିମୁଖେ ଯାଉଥିବା ଏକ କାର ଦ୍ରୁତ ବେଗ ରେ ଆସି ହଠାତ ରାସ୍ତା କଡରେ ଥିବା ମଇଲ ଖୁଣ୍ମ କୁ ଧକ୍କା ଦେବା ପରେ ଭରସାମ୍ୟ ହରାଇ ଠିଆ ହୋଇ ଥିବା ବାଇକ ଆରୋହୀ ଦ୍ବୟ ଙ୍କୁ ଧକ୍କା ଦେଇ ସେମାନଙ୍କୁ କିଛି ବାଟ ପର୍ଯ୍ୟନ୍ତ ଘୋଷାରି ନେଇଥିଲା |ସେମାନଙ୍କୁ ଗୁରୁତର ଅବସ୍ଥା ରେ ଖଲ୍ଲିକୋଟ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ଚିକିଛା ପାଇଁ ଭର୍ତ୍ତି କରାଗଲା ଅବସ୍ଥା ଗୁରୁତର ହେବାରୁ ଦୁଇ ଯୁବକ ଙ୍କ ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା |କାର ର ଚକା ଫାଟି ସମୁଖ ଭାଗ ଚୁରମାର ହୋଇ ଯାଇଛି | ପୋଲିସ କାର ଚାଳକ ସୁଶାନ୍ତ ତରାଇ 27 ବାଡ଼ଉଫୁଲିଆ ସାହି ରମ୍ଭା ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ନଣାପଡିଛି |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )