You are currently viewing ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ ଠାରେ ରାତି ପ୍ରାୟ ୯ ଘଟିକା ସମୟରେ ଏକ ଅଜଣା ଗାଡି ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି।ପୋଲିଶ ସୂତ୍ରରୁ ପ୍ରକାଶ ଯେ ଲହୁଣୀପଡା ଥାନା ଅନ୍ତର୍ଗତ ବଡ ପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମର ଜିତେନ୍ଦ୍ର ମାହାନ୍ତଙ୍କ ପୁଅ ଦୟାନିଧି ମାହାନ୍ତ (୪୫) ଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ତଳେ ପଡି ଯାଇଥିବା ବେଳେ ତା ଉପରେ ଗାଡ଼ିଟି ଚଢ଼ି ଯିବା ଦ୍ୱାରା ଗୋଡ଼ର ମାଂସ ଗୁଡାକ ଫାଟି ଯିବା ଦ୍ୱାରା ପ୍ରବଳ ରକ୍ତସ୍ରାବ ହେବା ସହିତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଖବରପାଇ ଲହୁଣୀପଡା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କପଣ୍ଡ ଗ୍ରାମବାସୀ ବହୁ ସଂଖ୍ୟାରେ ପହଞ୍ଚି କ୍ଷତି ପୂରଣ ଦାବିରେ ରାସ୍ତା ଅଟକ କରିବା ସହିତ ଶବ ଉଠେଇବାକୁ ଦେଇ ନ ଥିଲେ।ଗ୍ରାମବାସୀଙ୍କ ସହିତ ପୋଲିଶ ଆଲୋଚନା କରୁଥିବା ଜଣାପଡିଛି।
ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।