ଦିଗପହଣ୍ଡି , ୦୩/୦୮ -:- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଷ୍ଟେସନ ମୁଖ୍ୟ ରାସ୍ତାରେ ୩ ଜଣଙ୍କୁ ଏକ ମୋଟର ସାଇକେଲ ଧକ୍କା ଦେଲା ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତ ଜଣଙ୍କ ହେଲେ କେ. ସିୟାତମା ବୟସ ୬୦ ବର୍ଷ ଏବଂ ଗୁରୁତର ଦୁଇଜଣ ହେଲେ ଏ.ବାଲୁ ଏବଂ ଇ.ଜେମା ବୟସ ୪୦ ବର୍ଷ ଏହି ୩ ଜଣଙ୍କ ଘର ଦିଗପହଣ୍ଡି ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ କେ. ସିୟାତମା , ଏ.ବାଲୁ ଏବଂ ଇ.ଜେମା ବିଲକୁ ଧାନ ରୋଇବାକୁ ଚାଲି ଚାଲି ଯାଉଥିଲେ ହେଲେ ପୋଲିସ ଷ୍ଟେସନ ମୁଖ୍ୟ ରାସ୍ତାରେ ବ୍ରହ୍ମପୁର ଆଡୁ ଏକ ମୋଟର ସାଇକେଲ ଯାହାର ନମ୍ବର OD13V2247 ଦୃତ ଗତିରେ ଆସି ଏହି ୩ ଜଣଙ୍କୁ ଧକ୍କା ଦେଇଥିଲା ଯାହାଫଳରେ ଏହି ୩ ଗୁରୁତର ହୋଇଥିଲେ। ତେବେ ଘଟଣାରେ ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା ସମାଜସେବୀ କୁରେଇସୁ ମହାରଣା ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ହେଲେ ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ କେ. ସିୟାତମା ଙ୍କୁ ବ୍ରହ୍ମପୁର ଘରୋଇ ହସ୍ପିଟାଲ ଅମିତ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କ ଚିକିତ୍ସା ଚାଲୁ ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାରେ ପୋଲିସ ପହଞ୍ଚି ଗାଡ଼ି କୁ ଜବତ କରିବା ସହ ଦୃଘଟଣା ଘଟାଇଥିବା ଲୋକ କୁ ଥାନାକୁ ନେବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।
ରିପୋର୍ଟ ଆରତ କୁମାର ହୋତା
