You are currently viewing କେନାଲରେ ବୁଡି ନାବାଳକ ମୃତ
କେନାଲରେ ବୁଡି ନାବାଳକ ମୃତ

କନ୍ଧମାଳ, ୦୯/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଶୌଚ ହେବାକୁ କେନାଲ ଯାଇଥିଲା ପାଦ ଖସି ପାଣିରେ ପଡ଼ି ଯିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତା କନାଲି ଗ୍ରାମର ରସାନନ୍ଦ ଦିଗାଲ ୧୬ ବର୍ଷୀୟା ପୁଅ ବେଣୁ ପାଣି ଦିଗାଲ ବୁଧବାର ସକାଳେ ଗାଁ ପାଖ ଦେଇ ଯାଇଥିବା ପିଲା ସାଲୁଙ୍କୀ ବାମ କେନାଲକୁ ଶୌଚ ହେବା ପାଇଁ ଯାଇଥିଲା କିନ୍ତୁ ସେଠାରେ ଅସାବଧାନତା ବଶତଃ କେନାଲ ପାହାଚରେ ପାଦ ଖସି ପାଣି ଭିତରେ ପଡ଼ି ବୁଡ଼ି ଯିବାରୁ ଆଉ ଘରକୁ ଫେରି ନ ଥିଲା। ବାପା ରସାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଖୋଜା ଖୋଜି କରି ନ ପାଇବାରୁ ଦମକଳ ବାହିନୀ ଏବଂ ଖଜୁରୀପଡ଼ା ପୋଲିସକୁ ଅଭିଯୋଗ କରିଥିଲା। ଅଭିଯୋଗ ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ବାହିନୀ ପହଞ୍ଚି ମୃତ ଶରୀର ଉଦ୍ଧାର କରିଛି। ଏ ନେଇ ଖଜୁରୀପଡ଼ା ଥାନାରେ ୨୪/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଇ ଦିଆଯାଇଥିବା ସବଇନ୍ସସ୍ପେକ୍ଟର ଦିନ ବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି।