କୋଦଳା , ୧୧/୦୩ – ( କୃଷ୍ଣଚନ୍ଦ୍ର ପଲାଇ ) -:- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ଗୁଡିଆଳିରେ ଶନିବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଚାହୁଁ ଚାହୁଁ ୧୫ ବଖରା ଘର ଜଳିପୋଡ଼ି ନଷ୍ଟ ହୋଇ ଯାଇଛି। ସୂଚନା ଅନୁଯାୟୀ ମଧ୍ଯାହ୍ନରେ ସର୍ଟ ସର୍କିଟ୍ ଯୋଗୁଁ ହଠାତ୍ ନିଆଁ ଲାଗି ଯାଇଥିଲା।ନିଆଁକୁ ଆୟତ୍ତ କରିବାକୁ ଗ୍ରାମବାସୀ ପ୍ରାଣମୂର୍ଛା ଚେଷ୍ଟା କରିଥିଲେ। ଖବର ପାଇ କୋଦଳା ଦମକଳବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ପ୍ରାୟ ୯ଟି ପରିବାରର ୧୫ ବଖରା ଘର ଏହି ନିଆଁର ପ୍ରକୋପରେ ନଷ୍ଟ ହୋଇଥିବା ଜଣାପଡ଼ିଛି। ବଂଶୀଧର ସ୍ବାଇଁ, ମୁରଲୀ ସ୍ବାଇଁ, କୁମର ସ୍ବାଇଁ, ଜୁମର ସ୍ବାଇଁ, ହରପ୍ରସାଦ ପ୍ରଧାନ, ଜିତେନ୍ଦ୍ର ଜେନା, ଭଗବାନ ସ୍ବାଇଁ, ଅନ୍ତର ସ୍ବାଇଁ, ସୁବାସ ସ୍ବାଇଁଙ୍କ ଚାଳ ଓ ଆଜବେଷ୍ଟସ୍ ଘର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଜନପ୍ରତିନିଧି ଓ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଅଗ୍ନି ବିପନ୍ନ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
