You are currently viewing ବସ୍ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ଗୁରୁତର ।
ବସ୍ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ଗୁରୁତର ।

ଗଞ୍ଜାମ ସୋରଡ଼ା ଥାନା ବଡ ବଦାଙ୍ଗି ପଞ୍ଚାୟତ ର ଆମ୍ବିଳିଆମ୍ବ ନିକଟରେ ମୋ ବସ ଧକ୍କା ରେ ବାଇକ ଆରୋହୀ ଗୁରୁତର | ଗୁରୁତର ହେଲେ ବଡ଼ ଵାଦାଙ୍ଗୀ ଗ୍ରାମର କାଶିଆ ଗୌଡ଼ ବାପା-ଗାଣ୍ଡୁ ଗୌଡ଼ | ସୂଚନା ପ୍ରକାରେ ବାଇକ ଯୋଗେ କାଶିଆ ନିଜ ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗ ରୁ ଆସୁଥିବା ମୋବସ ଟି କାଶିଆ ଙ୍କ ବାଇକ କୁ ଧକ୍କା ଦେଇଥିଲା ଫଳରେ କାଶିଆ ଛିଟିକି ତଳେ ପଡିଯାଇଥିଲେ, ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ କାଶିଆ ଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଦିଆଯାଇଛି।