ସାନଖେମୁଣ୍ଡି ୪/୪(ବିନାୟକ ଦାଶ) ସାନଖେମୁଣ୍ଡି ଅଞ୍ଚଳରେ ଆଜି ଅପରାହ୍ନରେ ପ୍ରବଳମାତ୍ରାରେ ଘଡ଼ଘଡି ଓ କରକାପାତ ସହ ବର୍ଷା ହୋଇଛି। ଆକସ୍ମିକ ବଜ୍ରାଘାତରେ ଛେଳି ଗାଈ ଦୁଇଟି ସମେତ ୧୫ ଟି ମେଣ୍ଢା ମୃତ ହୋଇଥିବା ସୂଚନା ମିଳିଛି। ବିବରଣୀ ପ୍ରକାରେ ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଗୌତମୀ ପଞ୍ଚାୟତର ଚାଷୀ କେ ଶଙ୍କର ପାତ୍ର ଛେଳି , ମେଣ୍ଢା, ଗାଈ ଚରାଇବାକୁ କଲରାପଦର ପଂଚାୟତ ଭୁଡୁକି ଗ୍ରାମକୁ ନେଇଥିଲେ ତେବେ ଆଜି ସନ୍ଧ୍ୟାରେ ଆକସ୍ମିକ ଝଡ଼ ତୋଫାନ ବର୍ଷା ବିଜୁଳି ଘଡ଼ଘଡ଼ି ମାରିଥିଲା |ସେଠାରେ ଶଙ୍କର ପାତ୍ରଙ୍କ ୧୫ ଟି ମେଣ୍ଢା ସହିତ ଗୋଟିଏ ଛେଳି ଓ ଗୋଟିଏ ଗାଈଙ୍କ ମୃତ ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଗୌତମୀ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ, ରାଜସ୍ବ ନୀରିକ୍ଷକ ଅଧିକାରୀଙ୍କ ସହିତ ଗ୍ରାମବାସି ଏବଂ ପଶୁ ଚିକିତ୍ସକ ପହଞ୍ଚି ସମସ୍ତ ମୃତ ପଶୁଙ୍କୁ ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି l କ୍ଷତିଗ୍ରସ୍ତ ଶଙ୍କର ପାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି |
