You are currently viewing ତାରାତାରିଣୀ ଛକ ଶିବ ମନ୍ଦିର ପାଖ ଡ୍ରେନରେ ପଡି ଜଣେ ବ୍ୟକ୍ତି ମୃତ |
ତାରାତାରିଣୀ ଛକ ଶିବ ମନ୍ଦିର ପାଖ ଡ୍ରେନରେ ପଡି ଜଣେ ବ୍ୟକ୍ତି ମୃତ |

ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀଛକ ଜୟମଙ୍ଗଳନାଳ ଶିବମନ୍ଦିର ନିକଟ ରେ ଥିବା ଡ୍ରେନ୍‌ରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କୁନା ବେହେରା ଓ ସେ ପିଂଛୁଳି ଗ୍ରାମର ବାସିନ୍ଦା ବୋଲି ଲୋକେ କହିଛନ୍ତି | ସେ ଗତ କାଲି ରାତିରେ ବୋଧେ କୌଣସି କାରଣରୁ ଡ୍ରେନରେ ପଡି ଯାଇଥିଲେ | ଆଜି ସକାଳେ ଲୋକମାନେ କିଏ ଜଣେ ପଡିଥିବାର ଦେଖୁ ପୋଲିସକୁଖବରଦେଇଥିଲେ | ତାପରେ ଫାୟାର ବିଭାଗ କୁ ଖବର ଦିଆଯିବା ପରେ ସେମାନେ ଓ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଫାୟାର ବିଭାଗ ଡ୍ରେନେମଧ୍ୟରୁ କୁନାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲ କୁ ଆଣିଥିଲେ | ଉପସ୍ଥିତ ଥିବା ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ | କୁନା ଜଣେ ଗରିବ ମଜୁରିଆ ହୋଇଥିବାରୁ ପ୍ରଶାସନ ତାକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗାଁ ଲୋକଙ୍କ ପକ୍ଷରୁଅନୁରୋଧକରାଯାଇଛି | ସେଠାରେ ଥିବା ବିଭିର୍ଣ୍ଣ ଲୋକଙ୍କ ଅଭିଯୋଗ ଉପରେ ଆମେ ବିଭାଗୀୟ ଯେଇ ଙ୍କ ସହ ଓ ଠିକାଦାର ଙ୍କ ସହ କଥାହୋଇଥିଲୁ ତାଙ୍କର କହିବା କଥା ମଝିରେ ନିର୍ବାଚନ ଯୋଗୁଁ କାମ ବନ୍ଦ ରହିଥିଲା | କାମ ସରିବା ପରେଡ୍ରେନ ଉପରେ ପ୍ଲେଟ ପକା ଯିବାକୁ ନିଷ୍ପତି ନିଆ ଯାଇଛି | କିନ୍ତୁ ଅସମ୍ପୂର୍ଣ ଡ୍ରେନ ମଧ୍ୟରେ ସେ କିପରି ପଡିଲା ସେଥିପାଇଁ ଆମେ ଗଭୀର ଭାବେ ମର୍ମାହତ ଅଟୁ ବୋଲି ଦୁଃଖ ପ୍ରକାଶ କରିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ