You are currently viewing ଦୁଇ ବାଳିକା ଓ ଜଣେ ବାଳକ କୁ ପୋଖରୀ ରୁ ଉଦ୍ଧାର କରିବାକୁ ଯାଇ ଜଳ ସମାଧି ହୋଇଗଲେ ବଡ ଭଉଣୀ
ଦୁଇ ବାଳିକା ଓ ଜଣେ ବାଳକ କୁ ପୋଖରୀ ରୁ ଉଦ୍ଧାର କରିବାକୁ ଯାଇ ଜଳ ସମାଧି ହୋଇଗଲେ ବଡ ଭଉଣୀ

ଖଲ୍ଲିକୋଟ : 13/11 ଦୁଇ ଜଣ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ କୁ ପୋଖରୀ ରୁ ଉଦ୍ଧାର କରିବାକୁ ଯାଇ ସଲିଳ ସମାଧି ହୋଇ ଗଲେ ବଡ ଭଉଣୀ | ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ କୁ ବ୍ରହ୍ମପୁର ର ରବି ରାମ ପ୍ରଧାନ ଙ୍କ ତିନି ଝିଅ ଜେଲିନା 17 ବର୍ଷ, ସେଲିନା 12 ବର୍ଷ ଓ ଏଲିନା 8 ବର୍ଷ ସେମାନଙ୍କ ମଉସା ଜୟ ରାମ ଖୁଣ୍ଟିଆ ଘରକୁ ଆସିଥିଲେ |ତେବେ ଝାଡା ଯିବା ପାଇଁ ଜୟ ରାମ ଖୁଣ୍ଟିଆ ଙ୍କ 9 ବର୍ଷ ର ପୁଅ ଶ୍ରୀହରି ସହ ଚିକିଲି ଗ୍ରାମ ର ରାଗିଆ ପୋଖରୀ କୁ ଯାଇଥିଲେ |ତେବେ 2 ଝିଅ ଓ ସହିତ ନାବାଳକ ପୋଖରୀ ରେ ଶୌଚ କରୁଥିବା ବେଳେ ଉକ୍ତ ତିନି ଜଣ ପିଲାଙ୍କ ଗୋଡ଼ ଖସି ଯାଇଥିଲା |ଫଳରେ ସେମାନେ ପୋଖରୀ ର ଗଭୀର ଜଳ ରେ ଭାସି ଯାଉଥିବା ଦେଖି ଜେଲିନା ନିଜ ଜୀବନ କୁ ବାଜି ଲଗାଇ ପୋଖରୀ କୁ ଲମ୍ଫ ପ୍ରଦାନ କରି ଗାଁ ଲୋକଙ୍କ ସାହାଯ୍ୟରେ ଦୁଇ ଭଉଣୀ ଓ ମଉସା ପୁଅ ଭାଇ କୁ ଉଦ୍ଧାର କରିବା ବେଳେ ବଡ ଭଉଣୀ ର ଜେଲିନା ର ଗୋଡ଼ ପୋଖରୀ ପାଣି ରୁ ବାହାରି ପାରି ନଥିବା

ଯୋଗୁଁ ଅଣ ନାଶ୍ୱାସୀ ହୋଇ ପ୍ରାଣ ହରାଇ ଜଳ ସମାଧି ହୋଇ ଯାଇ ଥିଲେ ତତକ୍ଷଣାତ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛା ପାଇଁ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ସେହିପରି ଗୁରୁତର ଅବସ୍ଥା ରେ ସେଲିନା ଓ ଶ୍ରୀହରି କୁ ଚିକିଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିଛା ପାଇଁ ଭର୍ତ୍ତି କରିଥିଲେ |ତେବେ ଡାକ୍ତର ଙ୍କ ଉଦ୍ୟମ ପରେ ଉଭୟ ସେଲିନା ଓ ଶ୍ରୀହରି ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି |ପୋଲିସ ସବ କୁ ଜବତ କରି ଏକ ଅପମୃତୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ |( ଫାଇଲ ଫୋଟୋ )

ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ