କନ୍ଧମାଳ: ୨୧/୦୧
କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେଶୀଙ୍ଗିଆ ପଞ୍ଚାୟତ ର ଡମେଙ୍ଗି ଗ୍ରାମରେ ବିଦ୍ୟୁତ୍ ସର୍ଟ ସର୍କିଟ ପାଇଁ ୩ ବଖରା ଘର ନିଆ ଲାଗି ଜଳି ଥିବା ସୂଚନା ରହିଛି ।ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ପହଞ୍ଚି ନିଆକୁ ଆୟତ କରିଥିଲେ କିନ୍ତୁ ସେତିକି ବେଳକୁ ୩ ବଖରା ଘର ସମୂର୍ଣ୍ଣ ଜଳିଯାଇଥିବା ସୂଚନା ରହିଛି ।ସୂଚନା ପ୍ରକାରେ ଡମେଙ୍ଗି ନିବାସୀ ଗୌରହରି ପ୍ରଧାନ ନିଜର ଝିଅ ଘରକୁ ଯାଇଥିବା ବେଳେ ସକାଳ ପ୍ରାୟ ୧୧.୪୫ ସମୟରେ ଟାଙ୍କର ୩ ବଖରା ଘର ଓ ଆସବା ପତ୍ର ସମ୍ପୂର୍ଣ ସର୍ଟ ସର୍କିଟ ପାଇଁ ଜଳି ଯାଇଛି ।କୌଣସି ଜିନିଷ ମଧ୍ୟ ନାହି ।ଡ୍ରେସ ପାସାକ,ଆଲମାରୀ,କାଗଜ ପତ୍ର,ସୁନା ରୂପା,ଏହିପରି ଅନେକ ସାମଗ୍ରୀ ଜଳି ପାଉଁସ ହେଇଛି ।ଘରେ ପଟା ଦ୍ବାରା ଭାଡ଼ି କରାଯାଇଥିବା ବେଳେ ଏହି ଭାଡ଼ିରେ ନିଆ ଲାଗିଯାଇଥିଲା ଓ ସମ୍ପୂର୍ଣ୍ଣ ନିଆଁରେ ଜଳି ଯାଇଥିଲା । ସେପଟେ ଗ୍ରେଶୀଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ପହଞ୍ଚି ପରିବାରକୁ ସାକ୍ଷାତ କରି ସାନ୍ତୋନା ଦେବା ସହ, କିଭଳି ପରିସ୍ଥିତି ଘରେ ନିଆ ଲାଗିଲା ତାହା ପଚାରି ବୁଝିଥିଲେ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ରହିଛି ।ତେବେ ଅଗ୍ନିଶମ ବିଭାଗ ପକ୍ଷରୁ କିମ୍ବା ରାଜସ୍ବ ବିଭାଗ ପକ୍ଷରୁ କେତେ କ୍ଷୟ କ୍ଷତି ହେଇଛି ତାହା ଆକଳନ କରାଯାଇ ନ ଥିବା ବେଳେ ବର୍ତମାନ ପରିବାର ବେସାହାରା ହୋଇ ରହିଥିବା ସୂଚନା ରହିଛି ।ଉକ୍ତ ପରିବାର ମଧ୍ୟରେ ମହିଳା ମାନେ ଦୁଇଜଣ ଓ ଜଣେ ଛୋଟ ଛୁଆ ରହୁଥିବା ବେଳେ ଗୌରହରି ପ୍ରଧାନ ଘରର ମୂରବୀ ଭୁବନେଶ୍ୱର ରେ ରହି କାମ କରୁଛନ୍ତି ।ଏହିପରି ଅବସ୍ଥାରେ ଏହିପରି ଦୁର୍ଘଟଣା ଘଟିଛି ଯାହା ଅଞ୍ଚଳ ପାଇଁ ଦୁଃଖର ବିଷୟ ଅଟେ ।କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ଆଇ ଜେ ଵି ନିୟୁଜ !
