You are currently viewing ରଘୁନାଥ ସାଗର ଜଳଭଣ୍ଡାରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ରଘୁନାଥ ସାଗର ଜଳଭଣ୍ଡାରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ସାନଖେମୁଣ୍ଡି ୪/୪ (ବିନାୟକ ଦାଶ) ଆଜି ସକାଳେ ଘୋଡ଼ାହାଡ ନଦୀରେ ବୁଡ଼ି ଜଣେ ମୃତ ହୋଇଥିବା ବେଳେ ସନ୍ଧ୍ୟାରେ ରଘୁନାଥସାଗରରୁ ଅନ୍ୟ ଜଣକ ମୃତା ଦେହ ଉଦ୍ଧାର ହୋଇଛି। ସାନଖେମୁଣ୍ଡି ତହସିଲ ଓ ପାଟପୁର ଥାନା ଅନ୍ତର୍ଗତ ଜିଉରା ନିକଟସ୍ଥ ରଘୁନାଥ ସାଗରରେ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତକ ଜଣକ ସୋରଡ଼ା ଥାନା ସୁରମଣି ଗ୍ରାମର ବ୍ରହ୍ମା ବେହେରା ୪୬ ବୋଲି ଜଣାପଡ଼ିଛି। ସୂଚନା ପ୍ରକାରେ ବ୍ରହ୍ମା ଦୁଇ ମାସ ହେବ ପାଟପୁର ଥାନା ଅନ୍ତର୍ଗତ ପିପିଲିଗୁଡା ଗ୍ରାମରେ ଏକା ରହିଆସୁଥିଲେ l ସୋମବାର ସନ୍ଧ୍ୟାରେ ରେ ବ୍ରହ୍ମା ଗାଧୋଇବା ପାଇଁ ରଘୁନାଥ ସାଗରକୁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ l ସାହି ପଡିଶା ଲୋକମାନେ ବ୍ରହ୍ମାଘରକୁ ଫେରିନଥିବା ଯୋଗୁଁ ଏନେଇ ଲୋକେ ସନ୍ଧାନ କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇନଥିଲେ। ଆଜି ସନ୍ଧ୍ୟାରେ ରଘୁନାଥ ସାଗରରେ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକେଦେଖି ପାଟପୁର ପୋଲିସକୁ ଖବର ଦେଇଥିଲେ l ଖବର ପାଇ ପାଟପୁର ପୋଲିସ ପହଞ୍ଚି ମୃତ ଦେହ ରଘୁନାଥ ସାଗରରୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି l