You are currently viewing ଦୁବାଇ ରେ ପୁଣି ଓଡ଼ିଆ ଶ୍ରମିକ ର ମୃତ୍ଯୁ,ଖଲ୍ଲିକୋଟ ରେ ସରୁନି ଦାଦନ ଦୁଃଖ
ଦୁବାଇ ରେ ପୁଣି ଓଡ଼ିଆ ଶ୍ରମିକ ର ମୃତ୍ଯୁ,ଖଲ୍ଲିକୋଟ ରେ ସରୁନି ଦାଦନ ଦୁଃଖ

ଖଲ୍ଲିକୋଟ : 14 /2 ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ମଝି ସାହି ର ଚନ୍ଦ୍ରଜାଲ୍ଲୀ ଙ୍କ ପୁଅ ପାଣ୍ଡଵ ଜାଲ୍ଲୀ 36 ବର୍ଷ ନାମକ ଜଣେ ଓଡ଼ିଆ ଦାଦନ ଶ୍ରମିକ ଙ୍କ ଦୁବାଇ ରେ ମୃତ୍ଯୁ ବରଣ କରିଥିବା ଏକ ଦୁଃଖଦ ଖବର ମିଳିଛି |ମିଳିଥିବା ସୂଚନା ଅନୁଯାଇ ଗତ ଦୁଇବର୍ଷ ତଳେ ଚିଲିକା ରେ ମାଛ ମାରି ବଞ୍ଚୁ ଥିବା ଜଣେ ମଛ୍ୟଜୀବୀ ଚିଲିକା ରେ ମାଛ ଉତ୍ପାଦନ କମିଯିବା ଫଳରେ ପରିବାର ପ୍ରତିପୋଷଣ ପାଇଁ କୌଣସି ବିକଳ୍ପ କାମଧନ୍ଦା ନ ପାଇ କୌଣସି ଏକ ଏଜେଣ୍ଟ ଜରିଆରେ ଆରବ ଦେଶ ଦୁବାଇ କୁ କାମ ପାଇଁ ଯାଇଥିଲା | ସେଠାରେ କିଛିଦିନ ଗ୍ରାମର ଅନ୍ୟ ସହଯୋଗୀ ସହ କାମ କରି ଆସୁଥିଲେ |ତେବେ ଗତକାଲି ଦୁବାଇ ରେ ତାଙ୍କର ଜଣେ ସହଯୋଗୀ ପାଣ୍ଡଵ ର ମୃତ୍ଯୁ ଖବର ଜଣାଇବା ପରେ ପାଣ୍ଡଵ ଙ୍କ ପରିବାର ସଦସ୍ୟ ଦୁଃଖ ରେ ମ୍ରିୟମାଣ ହେବା ଖବର ପାଇ ପାଦ ତଳୁ ମାଟି ଖସି ଯାଇ ଥିଲା | ମୃତ ପାଣ୍ଡଵ ଙ୍କ ଦୁଇଟିପାଠ ପଢୁ ଥିବା ପୁଅ ଓ ଝିଅ ସାଙ୍ଗକୁ ବୃଦ୍ଧ ପିତା ମାତା ଅଛନ୍ତି |ପାଣ୍ଡଵ ତାଙ୍କ ପରିବାର ର ଏକ ମାତ୍ର ରୋଜଗାରିଆ ହୋଇଥିବା ରୁ ପରିବାର ସଦସ୍ୟ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି |ମଙ୍ଗଳବାର ମୃତ ପରିବାର ସଦସ୍ୟ ମାନେ ଛତ୍ରପୁର ଯାଇ ଗଞ୍ଜାମ ଜିଲ୍ଲପାଳ ସ୍ଥାନୀୟ ବିଧାୟିକା ଓ ଶ୍ରମ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଜଣାଇ ଥିବା ପ୍ରକାଶ |ଏ ସମ୍ପର୍କରେ ଛତ୍ରପୁର ଶ୍ରମ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରେ ମୃତ ପରିବାର ର ସଦସ୍ୟ ମାନେ ସମ୍ପୃକ୍ତ କମ୍ପାନୀ ସଠିକ ଠିକଣା ଦର୍ଶାଇ ନାହାନ୍ତି |ତଥାପି ତଦନ୍ତ କରାଯାଇ ମୃତ ଯୁବକ ଙ୍କ ଶବ କୁ ତାଙ୍କ ଭିଟାମାଟି କୁ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରମ ଅଧିକାରୀ ହୃଷିକେଶ ରାଓ ପ୍ରକାଶ କରିଛନ୍ତି | ଗତ କିଛି ଦିନ ହେଲା ଦାଦନ ଶ୍ରମିକ ମୃତୁ ସଂଖ୍ୟା କମିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକ ଙ୍କ ଡୁବାଇ ମୃତୁ ଘଟଣା ପୁରୁଣା ସ୍ମୃତି କୁ ମନେ ପକାଇଛି |ଭୋଟ ପୂର୍ବରୁ ମାଳ ମାଳ ଯୋଜନା ମାଧ୍ୟମ ରେ ବର୍ଷା ଲାଗି ରହିଥିବା ବେଳେ ଖୁଦ୍ର ଓ ମାଧ୍ୟମ ଶିଳ୍ପ ପ୍ରତିଷ୍ଠା କରି ପ୍ରବାସୀ ଶ୍ରମିକ ଙ୍କୁ ଭିଟାମାଟି ରେ ଥାଇଥାନ କରି କର୍ମନିଯୁକ୍ତି ଦେବା ପାଇଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଏଯାବତ କୌଣସି ବ୍ୟବସ୍ତା ହୋଇପାରିନି ଯା ଫଳରେ ଏବେବି ରାଜ୍ୟ ବାହାରେ 15 ହଜାର ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରେ ଖଟୁଛନ୍ତି |

ପରିବାର ଲୋକ ତୁରନ୍ତ ପାଣ୍ଡଵ ର ମୃତ ଦେହ ଭିଟାମାଟି କୁ ଆଣିବା ପାଇଁ ବିଧବା ପତ୍ନୀ ଟିକିନା ଜାଲ୍ଲୀ ଜିଲ୍ଲା ପ୍ରଶାସନ ଆଗରେ ଗୁହାରି କରିଛନ୍ତି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )