ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣପୁର ନିକଟରେ ବୁଧବାର ଦିନ ଏକ ଅଜଣା ବାଇକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ହେଲେ ଦିଗପହଣ୍ଡି ଫୁଲସୁନ୍ଦରୀ ସାହି ବାସିନ୍ଦା ଜଗା ବେହେରା (୩୭) । ଜଗା ନିଜ ଏଚଏଫ ଡିଲକ୍ସ ବାଇକରେ ବ୍ରହ୍ମପୁର ଯାଉଥିବା ବେଳେ ଗୋକର୍ଣପୁର ହମ୍ପସ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇ ସେହି ବ୍ରହ୍ମପୁର ରାସ୍ତାରେ ଦୃତ ଗତିରେ ଚାଲି ଯାଇଥିଲା । ଫଳରେ ଜଗା ରାସ୍ତା ଉପରେ ପିଟିହୋଇ ଗୁରୁତର ହୋଇ ପଡିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ସତ୍ତ୍ୱେ ଅବସ୍ଥାରେ ସୁଧାର ନଆସିବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ପଠାଇ ଦିଆଯାଇଥିବା ଜଣାପଡିଛି ।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
