You are currently viewing ବିଦ୍ଯୁତ ତାର ସଜାଡୁଥିବା ସମୟରେ ତାର ସଂସ୍ପର୍ଶରେ ଆସି ଯୁବକ ମୃତ।
ବିଦ୍ଯୁତ ତାର ସଜାଡୁଥିବା ସମୟରେ ତାର ସଂସ୍ପର୍ଶରେ ଆସି ଯୁବକ ମୃତ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଗୁରୁବାର ଦିନ ବାସୀ ବାହୁଡା ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଥିବା ବେଳେ ୫ ନମ୍ବର ଓ୍ବାର୍ଡ ତଥା ଫୁଲସୁନ୍ଦରୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିଲା । ସାହି ଶେଷରେ ରହୁଥିବା କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁତ୍ର ରାଜୀବ ପ୍ରଧାନ ଘର ବିଦ୍ୟୁତ ତାର ସଜାଡୁଥିବା ସମୟରେ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ଖବରନୁଯାୟୀ , ରାଜୀବ ଆଜି ନିଜ ଘରେ ବିଦ୍ଯୁତ ତାର ସଜାଡୁଥିବା ସମୟରେ ଅସାବଧାନତା ବଶତଃ ବିଦ୍ଯୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଯଦ୍ବାରା ସେ ଛିଟିକି ହୋଇ କିଛି ଦୂରରେ ପଡିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ପହଞ୍ଚିବା ପୂର୍ବରୁ ରାଜୀବଙ୍କ ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା