ଖଲ୍ଲିକୋଟ ; 7/10 ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ପଂଚାୟତ କଦଳୀ ବସନ୍ତ ଗ୍ରାମରୁ ଗତ ତିନି ଦିନ ହେଲା ନିଖୋଜ ଥିବା ବାଞ୍ଛା ନାହାକ ନାମକ ଜଣେ ବୃଦ୍ଧ ଙ୍କ ମୃତ ଦେହ କୁ ଗୁରୁବାର ଦିନ ଗ୍ରାମର ଏକ କୂଅ ରୁ ଅଗ୍ନିଶମ ଓ ପୋଲିସ କର୍ମଚାରୀ ମାନେ ଉଦ୍ଧାର କରିଥିବା ଜଣାଅପଡିଛ |ସୂଚନା ଅନୁଯାଇ କଦଳୀ ବସନ୍ତ ଗ୍ରାମ ର ବାଞ୍ଛା ନାହାକ କୌଣସି କାରଣରୁ ନିଖୋଜ ଥିଲା |ଗୁରୁବାର ଦିନ କଦଳୀ ବସନ୍ତ ଗ୍ରାମ ର କିଛି ମହିଳା ଉକ୍ତ କୂଅ କୁ ପାଣି ଆଣିବାକୁ ଯାଇଥିବା ବେଳେ ବୃଦ୍ଧ ଜଣଙ୍କ କୁ ଭିତରେ ମୃତ ଅବସ୍ଥା ରେ ଭାସୁଥିବା ଦେଖିଥିଲେ |ଅଗ୍ନିଶମ ଓ ପୋଲିସ କୁ ଖବର ଦେବା ପରେ ସେମାନେ କୂଅ ରୁ ଉଦ୍ଧାର କରି ପୋଲିସ ଏକ ଅପ ମୃତୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ |ତେବେ ବୃଦ୍ଧ ଙ୍କ ନିଖୋଜ ଓ କୂଅ ରେ ପଡିବା ନେଇ ବିଭିନ୍ନ ମହଲ ରେ ସନ୍ଦେହ ପ୍ରକାଶ ପାଇଛି |( ଫୋଟୋ ) ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ
