You are currently viewing ବୋଲେରୋ ଗାଡ଼ି ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର
ବୋଲେରୋ ଗାଡ଼ି ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

ଧରାକୋଟ ,8/3/24
ଧରାକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 59 ର କୁସରାବ ଛକରେ ଅପରାହ୍ନ ତିନିଟା ସମୟରେ ଧରାକୋଟ ରୁ ଆସିକା ଅଭିମୁଖେ ଯାଉଥିବା ବୋଲେରୋ ଗାଡି od o7 at 5235 ଜଣେ ସାଇକେଲ ଆରୋହୀ ଫେରିବାଲା କୁ ଧକା ଦେବାଯୋଗୁଁ ଏଥିରେ ଦୁଇଜଣ ଗୁରୁତର ଆହତ ହେବାରୁ ସେମାନଙ୍କୁ ଆସିକା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ମେଡିକାଲ ରେ ପଶ୍ଚିମ ବଙ୍ଗ ର ପୂର୍ବ ମେଦିନୀ ପୁର ର ଶେଖ ମିରଜ 45 ଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବୋଲେରୋ ଗାଡ଼ିରେ ବସିଥିବା ଗାଡ଼ି ମଲିକ ଯୋଗେନ୍ଦ୍ର ସେଠୀ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିଛି ଏବଂ ଅନୁସନ୍ଧାନ ଚଳାଇଛି ।