You are currently viewing ପାଲୁର ଛକ ରେ ମର୍ମାନ୍ତୁଦ ସଦଜ ଦୁର୍ଘଟଣା, ଟ୍ରକ ପଛ କୁ ପିଟିଲା ଯାତ୍ରୀବାହି ଅଟୋ, ଏକ ମୃତ ଓ 3 ଆହତ |
ପାଲୁର ଛକ ରେ ମର୍ମାନ୍ତୁଦ ସଦଜ ଦୁର୍ଘଟଣା, ଟ୍ରକ ପଛ କୁ ପିଟିଲା ଯାତ୍ରୀବାହି ଅଟୋ, ଏକ ମୃତ ଓ 3 ଆହତ |

ମଙ୍ଗଳବାର ଦିନ ରମ୍ଭା ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ପାଲୁର ଛକ ନିକଟରେ ଏକମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି!| ଏକ ଯାତ୍ରୀବାହି ଅଟୋ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା ଜଣେ ମହିଳା ଯାତ୍ରୀ ଙ୍କ ଘଟଣା ସ୍ଥଳ ରେ ମୃତୁ ବରଣ କରିଛି |.

ଦୁର୍ଘଟଣା ଗ୍ରସ୍ତ ଅଟୋ ର ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି |ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଠାରୁ ଏକ ଅଟୋ ଯୋଗେ କୈଳାଶ ବେହେରା ତାଙ୍କ ପତ୍ନୀ ରଞ୍ଜୁ ବେହେରା ଙ୍କୁ ଛତ୍ରପୁର ଠାରେ ଚିକିଛା କରିବାକୁ ନେଉଥିବା ବେଳେ ପାଲୁର ଛକ ନିକଟରେ ଏକ ଟ୍ରକ କୁ ଯାତ୍ରୀବାହି ଅଟୋ ଟି ଧକ୍କା ଦେଇଥିଲା |ଫଳରେ ଏହି ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ରେ କୈଳାଶ ବେହେତା ଙ୍କ ପତ୍ନୀ ରଞ୍ଜୁ ବେହେରା 52 ଘଟନସ୍ଥଳ ରେ ମୃତୁ ବରଣ କରିଥିବା ବେଳେ ତାଙ୍କ 13 ବର୍ଷ ର ପୁଅଶଙ୍କର ବେହେରା ଗୁରୁତର ଭାବେ ଆହତ ହୋଇଥିଲା |, ଅଟୋ ଚାଳକ ବାଲ୍ମୀକି ପାହାନ କୈଳାଶ ବେହେରା 61 ଙ୍କୁ ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି |()ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ