ସାନଖେମୁଣ୍ଡି :୧୯/୦୯/୨୩ (ରଘୁନାଥ ନାୟକ) ମଙ୍ଗଳବାର ଅପରାହ୍ନ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ପଟିଗୁଡା ପଞ୍ଚାୟତ ବରମଣ୍ଡଳୀ ଗ୍ରାମର ବିଷ୍ଣୁ ପ୍ରିୟା ପଣ୍ଡା (୫୫)ନିଜ ଜମିରେ କାମକରୁଥିବା ସମୟରେ ଘଡ ଘଡି ମାରି ବଜ୍ରପାତ ହୋଇଥିଲା ସଙ୍ଗେ ସଙ୍ଗେ ବିଷ୍ଣୁ ପ୍ରିୟା ବିଲରେ ଓଲଟି ପଡ଼ିଥିଲେ ଖବର ପାଇ ପରିବାର ଲୋକେ ବିଲକୁ ଯାଇ ବିଷ୍ଣୁ ପ୍ରିୟା କୁ ଉଦ୍ଧାର କରିବାସହ ୧୦୮ ଆମ୍ବୁଲାନ୍ସ ଯୁଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇ ନେଇଥିଲେ ଚିକିତ୍ସା ଧୀନ ଅବସ୍ଥାରେ ବିଷ୍ଣୁ ପ୍ରିୟା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଡାକ୍ତର ଖାନରେ ପାଟପୁର ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ
