(କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ)
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠ ସରସିଂ ପଂଚାୟତ ର ବାଦରଖପଲି ଗ୍ରାମରେ ଘଟିଛି ଏକ ଅଘଟଣ । ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ଅପରାହ୍ନ ରେ ଏହି ଗ୍ରାମର ପଦ୍ମ ପ୍ରଧାନ ଙ୍କ ସ୍ତ୍ରୀ ବେବି ପ୍ରଧାନ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ । ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ଘଡଘଡି ମାରିଥିଲା । ଏହି ଆଘାତ ରେ ବେବି ସେଠାରେ ଟଳି ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ବେବିକୁ ଆମ୍ବୁଲାନ୍ସ ଯୋଗେ କୋଦଳା ମେଡିକାଲକୁ ନେଇ ଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ କୋଦଳା ପୋଲିସ ମେଡିକାଲ ରେ ପହଂଚି ଶବକୁ ରଖିବା ସହ ଆସନ୍ତା କାଲି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
