You are currently viewing ଇନାମ ବେଲପଡ଼ା ଠାରେ ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, ଟାଟା ପାୱାର ଓ ପିଏଚଡି ବିଭାଗ ନାମରେ ଥାନାରେ ଏତଲା
ଇନାମ ବେଲପଡ଼ା ଠାରେ ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, ଟାଟା ପାୱାର ଓ ପିଏଚଡି ବିଭାଗ ନାମରେ ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଇନାମ ବେଲପଡ଼ା ଠାରେ ବୁଧବାର ବିଦ୍ଯୁତ ସଂପର୍ଶରେ ଆସି ଜଣେ ଶତାୟୁ ବୃଦ୍ଧ ବ୍ଯକ୍ତି ପ୍ରାଣ ହରାଇଛନ୍ତି ।ସରକାରଙ୍କ ପକ୍ଷରୁ ମରା ଯାଇଥିବା ଏକ ହୋଡିଂ ତଥା ସୂଚନା ଫଳକ ଲୁହା ଖୁଣ୍ଟ ସଂସ୍ପର୍ଶରେ ଆସି ଜଣେ ଶତାୟୁ ବୃଦ୍ଧ ବ୍ଯକ୍ତି ପ୍ରାଣ ହରାଇଛନ୍ତି। ତେବେ ବିଦ୍ଯୁତ ବିଭାଗର ଖାମଖିଆଲି ତଥା ବେପରୁଆ କାର୍ଯ୍ଯ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି। ହୋଡିଂ ଫଳକ ଖୁଣ୍ଟ କୁ ବିଦ୍ଯୁତ ସଂଯୋଗ କିପରି ହେଲା ତାକୁ ନେଇ ବିବାଦ ଦେଖାଦେବା ପରେ ଗୁରୁବାର ଅପରାହ୍ନ ୨ ଘଣ୍ଟା ୩୦ ମିନିଟ ସମୟରେ ମୃତ ବୃଦ୍ଧକଂ ନାତି ତଥା ଅଭିଯୋଗକାରୀ ସନ୍ତ ମୁନୀ ଏନେଇ କୋଦଳା ଥାନାରେ ଏକ ଏତଲା ଦାଏର କରିଥିବା ସୂଚନା ମିଳିଛି। ଘଟଣାରେ ଟାଟା ପାୱାର ଓ ପିଏଚଡି ବିଭାଗ ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି। ତେବେ ଏଥିରେ କିଏ ଦାୟୀ ସେ ନେଇ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ନେବା ସହିତ କ୍ଷତିପୂରଣ ଦାବି କରିଛନ୍ତି ଅଭିଯୋଗକାରୀ। ସେପଟେ ଏନଏସି ଠାରୁ ହୋଡିଂ ଲଗାଯିବା ନେଇ କୌଣସି ଅନୁମତି ନିଆଯାଇଥିବା ନିର୍ବାହୀ ଅଧିକାରୀଣୀ କହିଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।