You are currently viewing ରଣଝାଲି ପେଟ୍ରୋଲ ପମ୍ପ ପାଖରେଦୁର୍ଘଟଣା ଜଣେ ମୃତ |
ରଣଝାଲି ପେଟ୍ରୋଲ ପମ୍ପ ପାଖରେଦୁର୍ଘଟଣା ଜଣେ ମୃତ |

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣ ଝାଲି ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟ ରେଆଜି ଅପରାହ୍ନ ରେ ଭୟଙ୍କର ଦୁର୍ଘଟଣା ଘଟିଛି | ଗୋଟିଏ ରୁଟ ରେ ଆଗ ପଛ ହୋଇ ପୁରୁଷୋତ୍ତମପୁର ରୁ ବ୍ରହ୍ମପୁର ଯାଉଥିବା ଦକ୍ଷିଣଶ୍ୱରି ବସ୍ କୁ କାର୍ ଟି ରଣ ଝାଲି ନିକଟ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଓଭର୍ ଟେକ କରି ଯିବାକୁ ଚାହୁଁ ଥିଲା ବେଳେ କାରଟି ହଠାତ ଡ଼ିବାଇଡର ଉପରକୁ ଚଢ଼ିଯାଇଥିଲା | ତେବେ ଆହାତ ଗାଡି ଚାଳକ ଙ୍କୁ ସଂଗେସଂଗେ ବ୍ରହ୍ମପୁର ବଡ ମେଡିକାଲ କୁ ନିଆ ଯାଇଥିଲା ବେଳେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଛି | କାର ଚାଳକ ନିଜେ ହି ଗାଡିର ମାଲିକ ଥିଲେ | ତାଙ୍କ ଘର ହେଉଛି ପୁରୁଷୋତ୍ତମପୁର ବ୍ଲକ ଚାଁଗୁଡ଼ିଆପଦରନୂଆଙ୍ଗାରେ | ତାଙ୍କ ନାମ ହେଉଛି ଅତୁଳ ଭୋଳ, ବୟସ 60, ପିତା ଲେଟ ନିତ୍ୟାନନ୍ଦ ଭୋଳ, ଅତୁଳ ମୁମ୍ବାଇରେ ଏକ କମ୍ପାନୀରେ ଚାର୍ଟଡ଼ ଏକାଉଣ୍ଟ ଭାବେ କାମ କରୁଥିଲେ |

ତାଙ୍କର କେବଳ ଦୁଇଟି ଝିଅ ଜଣେ 20 ବର୍ଷ ର ଅନ୍ୟ ଜଣେ 22 ବର୍ଷର ଅଟନ୍ତି | କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ଜଣା ପଡ଼ିନି | ତେବେ ପୋଲିସ ଏହା ଉପରେ ତଦନ୍ତ କରୁଛି | ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ମୃତ ଦେହକୁ ପୋଷ୍ଟ ମଟମ ପାଇଁ ବ୍ରହ୍ମପୁର ପଠା ଯାଇଛି |
ଏହି ଦୁଖଃଦ ଘଟଣା ପରେ ଅଞ୍ଚକରେ ଶୋକର ଛାୟା ଖେଳାଇ ଯାଇଛି | ରିପୋର୍ଟ ପ୍ରସନ୍ନ କୁମାର ଦାସ