ଧରାକୋଟ,15/4/24
ଧରାକୋଟ ବ୍ଲକ ଅନ୍ତର୍ଗତ ଢ଼ଉଗାଁ ଖଦାଳ ସାହିର ଅନନ୍ତ ନାୟକଙ୍କ ଘରେ ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିବାରୁ ତାଙ୍କର ଦୁଇ ବଖରା ଚାଳ ଘର ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଧରାକୋଟ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର ସହ ଧାନ , ମୁଗ,ଚାଉଳ ପୋଡ଼ି ନଷ୍ଟ ହୋଇଯାଇଛି। ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର ଅସହାୟ ଅବସ୍ଥାରେ ରହିଥିବା ପରିବାର ନିକଟରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ରାଜସ୍ୱ ବିଭାଗ ତରଫରୁ କ୍ଷୟ କ୍ଷତିର ଆକଳନ କରାଯାଇ ତାଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବା ସହ ବ୍ଲକ ପ୍ରଶାସନ ତରଫରୁ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ଦାବି ହେଉଛି। ପ୍ରକାଶ ଯୋଗ୍ୟ ସଂପ୍ରତି ଧରାକୋଟ ଗଡ ପାର୍ଶ୍ଵରେ ଥିବା ସୂଳିଆ ପାହାଡ଼ରେ ମଧ୍ୟ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେବା ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବା ସହ ରାତ୍ର ସମୟରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି।
