You are currently viewing ଅଟୋ ଓଲଟି ୮ମହିଳା ଗୁରୁତର ଆହତ
ଅଟୋ ଓଲଟି ୮ମହିଳା ଗୁରୁତର ଆହତ

ଭଞ୍ଜନଗର,୦୩/୦୩ : ଭଞ୍ଜନଗର ଥାନା ଅଧୀନ ବାଇବାଲି ପଂଚାୟତର ଉପାନ୍ତ ତଡମା ଗ୍ରାମ ନିକଟରେ ଏକ ଯାତ୍ରୀବାହି ଅଟୋ ଓଲଟି ଏଥିରେ ବସିଥିବା ୮ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,ଚଢ଼େୟାପଲି ଗ୍ରାମର କିଛି ମହିଳା ଅଟୋ ଯୋଗେ ତଡ଼ମା ଗ୍ରାମରୁ ଏକ ଅନ୍ତେଷ୍ଟିକ୍ରିୟା ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ରାସ୍ତାରେ ଅଟୋ ଟି କଲଭର୍ଟ ତଳକୁ ଖସି ପଡ଼ିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତ ଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମାନଙ୍କ ମଧ୍ୟରୁ କୁନି ନାୟକ,ରେଜିନା ଦିଗାଲ,ନର୍ମଦା ନାୟକ,ହୀନ ନାୟକ,ପ୍ରମିଳା ନାୟକ,କାଥାରୀନା ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି।


ଅପରପକ୍ଷରେ ଜୟନ୍ତୀ ନାୟକ,ଶେଷ ମଳିକ ଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ବାଇବାଲି ଅଞ୍ଚଳର ସଂଘଠକ ମନୋଜ କୁମାର ପଣ୍ଡା ପହଞ୍ଚି ଗୁରୁତର ଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟର ପପୁ ପ୍ରଧାନ