ଖଲ୍ଲିକୋଟ:10/6 ଗତକାଲି ରାତି ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନ କା ଗ୍ରାମର ଦୁଇ ଭାଇ ଙ୍କର ଚାରି ବଖରା ଘର ଜଳି ପୋଡି ଛାରଖାର ହୋଇ ଯାଇଥିବା ଜଣାପଡିଛି |କନ କା ଗ୍ରାମର କାମରାଜୂ ନାୟକ ଓ ଦେବରାଜ ନାୟକ ଙ୍କ ଟିଣ ଚାଦର ଘରେ ନିଆଁ ଲାଗି ପୋଡି ଯାଇଥିବା ବେଳେ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି |ତେବେ ଅଗ୍ନିକାଣ୍ଡ ବିଦ୍ୟୁତ ସଟ ସର୍କିଟ ରୁ ହୋଇଥିବା ସନ୍ଦେହ କରାଯାଉଛି |ତେବେ ଘଟଣା ସ୍ଥଳ ରେ ଅଗ୍ନି ସମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି |

ବିଜେପି ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଏକ ଟିମ କନ କା ଗ୍ରାମ ରେ ପହଂଚି ଅଗ୍ନି ବିପନ୍ନ ପରିବାର କୁ ଭେଟିଥିବା ଜଣାପଡିଛି |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ
