You are currently viewing ଖଲ୍ଲିକୋଟ : ମରେଇ ନୂଆଗାଁ ପୋଖରୀ ରେ ବୁଡି ଦୁଇ ଭାଇ ଭଉଣୀ ଙ୍କ ସଲିଳ ସମାଧି,ଜଣେ ଗୁରୁତର, ପିଲାଙ୍କ ଖେଳ ମା ର କୋଳ ଖାଲି କରିଦେଲା,ଆଦିବାସୀ ପଲ୍ଲୀ ରେ ଶୋକ ର ଛାୟା |
ଖଲ୍ଲିକୋଟ : ମରେଇ ନୂଆଗାଁ ପୋଖରୀ ରେ ବୁଡି ଦୁଇ ଭାଇ ଭଉଣୀ ଙ୍କ ସଲିଳ ସମାଧି,ଜଣେ ଗୁରୁତର, ପିଲାଙ୍କ ଖେଳ ମା ର କୋଳ ଖାଲି କରିଦେଲା,ଆଦିବାସୀ ପଲ୍ଲୀ ରେ ଶୋକ ର ଛାୟା |

ଖଲ୍ଲିକୋଟ : 25/7 ଖଲ୍ଲିକୋଟ ଥାନା ଆଦିବାସୀ ଅଧ୍ୟୁଷିତ ପଂଚାୟତ ଅନ୍ତର୍ଗତ ମରେଇ ନୂଆଗାଁ ରେ ଗୁରୁବାର ଦିନ ଏକ ହୃଦୟ ବିଦାରକ ଘଟଣା ଆଦିବାସୀ ପଲ୍ଲୀ ବାସି ଙ୍କୁ ଶୋକରେ ଭିଜାଇ ଦେଇଥିବା ଦେଖିବାକୁ ମିଳିଛି | ସବୁଦିନ ପରି ଗୁରୁବାର ଦିନ ମରେଈ ନୂଆଗାଁ ଦାଣ୍ଡରେ ପିଲାମାନେ ଖେଳୁଥିଲେ |ପିଲାମାନଙ୍କ ଗହଣ ରେ ମରେଈ ନୂଆଗାଁ ଗ୍ରାମରେ ରାଜେନ୍ଦ୍ର ଶବର ଙ୍କ ଦୁଇଟି ପୁଅ ଝିଅ ଓ ବାରି ଶବର ଙ୍କ ଗୋଟିଏ ଝିଅ ପିଲାମାନଙ୍କ ସାଥିରେ ଖେଳି ଗାଁ ପୋଖରୀ ନିକଟକୁ ପଳାଇ ଥିଲେ |ସେଠାରେ ରାଜେନ୍ଦ୍ର ଶବର ଙ୍କ 6 ବର୍ଷ ର ପୁଅ ସୁଦିପ ଶବର ଓ 3 ବର୍ଷ ର ଝିଅ ରୋଶନୀ ଶବର ପୋଖରୀ ର ପାହାଚ ଉପରୁ ତଳକୁ ଖସି ପଡିବା ଫଳରେ ଉଭୟ ଭାଇ ଭଉଣୀ ପୋଖରୀ ରେ ବୁଡି ଯାଇଥିଲେ |ସେହି ସମୟରେ ସେହି ଗ୍ରାମର ବାରି ଶବର ଙ୍କ 2 ବର୍ଷ ର ଝିଅ ପୋଖରୀ ପାଣି ରେ ପଡ଼ି ଯାଇ ବୁଡି ଯାଉଥିବା ବେଳେ କିଛି ଲୋକ ଉକ୍ତ ଛୋଟ ଝିଅ ଟିକୁ ଉଦ୍ଧାର କରି ଗୁରୁତର ଅବସ୍ଥା ରେ ତାଙ୍କ ପରିବାର କୁ ହସ୍ତାନ୍ତର କରିଥିଲେ |ତେବେ ବିଲ ରେ ରୁଆ ବେଉସା କାମକୁ ଯାଇଥିବା ରାଜେନ୍ଦ୍ର ତାର ପୁଅ ଝିଅ କୁ ଖୋଜି ଖୋଜି ନ ପାଇ ପୋଖରୀ ରେ ପଶି ଖୋଜିବା ପରେ ପ୍ରଥମେ ପୁଅ ସୁଦିପ ଓ ପରେ ରୋଶନୀ ର ଦୁଇଟି ମୃତ ଦେହ କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ |ତେବେ ବାରି ଶବର ଙ୍କ ଦୁଇ ବର୍ଷ ର ଝିଅ ଐସୁର୍ୟା ଶବର ଖଲ୍ଲିକୋଟ ଡାକ୍ତରଖାନା ରେ ମୃତ୍ଯୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି | ତେବେ ଦୁଇ ପୁଅ ଝିଅ କୁ ହରାଇ ମା ସଜନୀ ଶବର କୋଳ ଖାଲି ହୋଇ ଯାଇଛି |ପୋଲିସ ଖବର ପାଇ ଦୁଇଟି ଅପମୃତ୍ଯୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା ପ୍ରକାଶ |
( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ )