ଚିକିଟି– ଏହି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ କେ. ଖୁଦୁଡ଼ି ଛକ ନିକଟରେ ଟ୍ରାକ୍ଟର ଅଟୋ ମୁହାଁ ମୁହିଁ ଧକ୍କା ହେବା ଫଳରେ ରେ ଅଟୋ ରେ ବସିଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ମୃତ ହୋଇଥିବ ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ ଚିକିଟି ପଟରୁ ବାଲି ଖାଲିକରି ଯାଉଥିବା ଏକ ଟ୍ରାକ୍ଟର ସହ ଦେଖାଳି ପଟରୁ ଚିକିଟି ଅଭିମୁଖେ ଆସୁଥିବା ଅଟୋ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଏହି ଘଟଣାରେ ଦେଖାଳି ଗ୍ରାମର ଅମ୍ବିକା ପ୍ରଧାନ ମୃତ ହୋଇଥିବା ବେଳେ, ଲାଲବେଣ୍ଟା ଗ୍ରାମର ବିଷ୍ଣୁପ୍ରିୟା ପ୍ରଧାନ,କେ. ଖୁଦୁଡ଼ି ଗ୍ରାମର ସୁଶୀଳା ମଲ୍ଲିକ, ମହେଶ ମଲ୍ଲିକଏବଂ ଅଟୋ ଚାଲାକ ଥିବିର ସାହୁ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ ଉଦ୍ଧାର କରି ସମସ୍ତ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଚିକିଟି ମେଡିକାଲ ଆଣିଥିଲେ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ବ୍ରହ୍ମପୁର ପହଞ୍ଚିବା ପରେ ଅମ୍ବିକା ପ୍ରଧାନ ଙ୍କୁ ଡକ୍ଟର ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ପ୍ରକାଶ ପାଉଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଦିନକୁ ଦିନ ଅଞ୍ଚଳରେ ଦୁର୍ଘଟଣା, ଜୁଆ ଆଡ୍ଡା,ଚୋରୀ ,ଡକାୟତି ଓ ଗାଡ଼ି ଦୃତ ଗତିରେ ଚଳାଇବା ବଢିବାରେ ଲାଗିଥିବା ବେଳେ ପୋଲିସ ର ସକ୍ରୀୟତା କୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅଞ୍ଚଳ ବାସୀ ମାନଙ୍କ ଦ୍ଵାରା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l
