You are currently viewing ରେଳ ଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ରେଳ ଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ, – ରବିବାର ପୂର୍ବାହ୍ନରେ ବାଲୁଗାଁ ରେଳ ଷ୍ଟେସନ ଅନ୍ତର୍ଗତ ସୁବୁଦ୍ଧିପାଟଣା ରେଳ ଫାଟକ ନିକଟ ରେଳ ଟ୍ରାକରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ରେଳ ପୋଲିସ।ସୂଚନା ମୁତାବକ ରବିବାର ସକାଳେ ଆସାମରୁ ଚେନ୍ନାଇ ୮ ଜଣ ଯୁବକ ଟ୍ରେନ୍ ଯୋଗେ ଯାଉଥିବା ବେଳେ ଅସାବଧାନତା ବଶତଃ ଜଣେ ସୁବୁଦ୍ଧିପାଟଣା ରେଳ ଫାଟକ ନିକଟରେ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକେ ଦେଖି ରେଳ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ରେଳ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ମୃତ ଯୁବକ ଜଣକ ଆସାମ ମୋରେଗାଁ ଜିଲ୍ଲା ହାତିଆମୁଖ ଥାନା ଅନ୍ତର୍ଗତ ବାଙ୍ଗଥାଇ ଗ୍ରାମର ଇନ୍ଦ୍ରସିଂ ଦାସଙ୍କ ପୁଅ ଉତ୍ପଳ ଦାସ (୩୦) ବୋଲି ଜଣାପଡ଼ିଛି।